Advertisment

ସୁନା ଦରରେ ଲାଗୁନି ରୋକ୍‌, ୧୪ ଦିନରେ ମହଙ୍ଗା ହେଲାଣି ୪୦୦୦

ଇସ୍ରାଏଲ-ହମାସ ଯୁଦ୍ଧ ପୂର୍ବରୁ ରାଜ୍ୟରେ ସୁନା ଦର ୨ ହଜାର ଟଙ୍କା କମି ବର୍ଷର ସର୍ବନିମ୍ନ ସ୍ତର ଛୁଇଁଥିଲା। ହେଲେ ଯୁଦ୍ଧ ପରଠାରୁ ଉପରମୁହାଁ ସୁନାଦର। ଗହଣା ବ୍ୟବସାୟୀଙ୍କ ମତରେ, ସୁନା ଦର ବୃଦ୍ଧି ପଛରେ ଇସ୍ରାଏଲ-ହମାସ ଯୁଦ୍ଧ ଏକମାତ୍ର କାରଣ ନୁହେଁ।

Gold Jewellery

Gold Jewellery

Advertisment

ସୁନା ଦରରେ ଲାଗୁନି ରୋକ୍‌। ଲଗାତର ବଢ଼ି ଚାଲିଛି। ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି। ଏପଟେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ଏବେ ୬୨ ହଜାର ଟଙ୍କା ଟପି ଗଲାଣି।

Advertisment

ଇସ୍ରାଏଲ-ହମାସ ଯୁଦ୍ଧ ପୂର୍ବରୁ ରାଜ୍ୟରେ ସୁନା ଦର ୨ ହଜାର ଟଙ୍କା କମି ବର୍ଷର ସର୍ବନିମ୍ନ ସ୍ତର ଛୁଇଁଥିଲା। ହେଲେ ଯୁଦ୍ଧ ପରଠାରୁ ଉପରମୁହାଁ ସୁନାଦର। ଗହଣା ବ୍ୟବସାୟୀଙ୍କ ମତରେ, ସୁନା ଦର ବୃଦ୍ଧି ପଛରେ ଇସ୍ରାଏଲ-ହମାସ ଯୁଦ୍ଧ ଏକମାତ୍ର କାରଣ ନୁହେଁ। ପାର୍ବଣ ଋତୁ ଚାହିଦା ବି ସୁନା ଦରବୃଦ୍ଧି ପଛର ଅନ୍ୟତମ କାରଣ।

ଏପଟେ ଅର୍ଥନୀତି ବିଶାରଦଙ୍କ ମତରେ, ବିଶ୍ୱରେ ଯୁଦ୍ଧ କିମ୍ବା ଅର୍ଥନୈତିକ ଅସ୍ଥିରତା ଦେଖାଦେଲେ, ସୁନା ଦାମ ବଢ଼ିଥାଏ। କାରଣ ନିବେଶକମାନେ ଷ୍ଟକ ବଜାର ଅପେକ୍ଷା ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମନେ କରନ୍ତି। ଯେହେତୁ ଏବେ ଇସ୍ରାଏଲ-ହମାସ ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ଦେଶ ସାମିଲ ହେବାରେ ଲାଗିଛନ୍ତି। ତେଣୁ ସୁନା ଦର କମିବାର ଆଶଙ୍କା କମ୍‌ ରହିଛି। ସୁନା ଗହଣା ବିଶେଷଜ୍ଞଙ୍କ ମତରେ, ଯୁଦ୍ଧ ସ୍ଥିତି ଏମିତି ଲାଗି ରହିଲେ, ୨୪ କ୍ୟାରେଟ୍ ସୁନା ଦାମ ୭୦ ହଜାର ଟଙ୍କା ଛୁଇଁବା ଆଶଙ୍କାକୁ ବି ଏଡ଼ାଯାଇ ନପାରେ।

Advertisment

ଖାଲି ସୁନା ନୁହେଁ, ରୁପା ଦାମ ମଧ୍ୟ ଆକାଶଛୁଆଁ ହେଲାଣି। ଗତ ଦୁଇ ସପ୍ତାହ ଭିତରେ ଏହା କିଲୋ ପିଛା ୪ ହଜାର ଟଙ୍କା ବଢ଼ି ୭୪ ହଜାର ଟଙ୍କାରେ ପହଞ୍ଚିଛି।

Bhubaneswar Gold Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe