Advertisment

ଶସ୍ତା ହେବ ସୁନା ଓ ରୁପା, ମୋବାଇଲ ଦାମ ବି କମିବ

ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।

Gold

Gold

Advertisment

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ସୀତରମଣ। ତାଙ୍କ ଘୋଷଣା ଅନୁଯାୟର, ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।

Advertisment

ଆଗକୁ ବାହାଘର ସିଜିନ ଆସୁଥିବା ବେଳେ ସୁନା ଓ ରୁପାର ଦାମ କମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ମୋବାଇଲ ଉପକରଣର ଦାମ ମଧ୍ୟ ହ୍ରାସ ପାଇପାରେ। 

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସୁନା, ରୁପା ଓ ପ୍ଲାଟିମ ଉପରେ ଲାଗୁଥିବା ସୀମା ଶୁଳ୍କ ହ୍ରାସ ପାଇବ। ଏହାର ଅର୍ଥ ଦାମ ମଧ୍ୟ ସେହି ଅନୁସାରେ କମିପାରେ। ବଜେଟରେ କୁହାଯାଇଛି ଯେ ସୁନା, ରୁପା ଓ ପ୍ଲାଟିନମ ଉପରୁ ସୀମା ଶୁଳ୍କ କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ୬% ହ୍ରାସ କରାଯିବ। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ। 

Advertisment

ଏହାବାଦ ମୋବାଇଲ, ଚାର୍ଜର, ବ୍ୟାଟେରୀ ଶସ୍ତା ହେବ। ସଂପୃକ୍ତ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରାଯାଇଛି। ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ। ଏହି ସବୁ ସାମଗ୍ରୀ ଉପରେ ଲାଗୁଥିବା ଶୁଳ୍କକୁ ମଧ୍ୟ ହ୍ରାସ କରାଯିବ। 

୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ। ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ। ଏକ୍ସରେ ଟ୍ୟୁବ୍‌ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି। 

Budget 2024 Union Budget 2024 Union Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe