Advertisment

କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ସୁନା ଓ ରୁପା ଦର ପୁଣି କମିଛି। ୧୦ ଗ୍ରାମ ପିଛା ସୁନାର ଦାମ ୨୮୦ ଟଙ୍କା କମିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାର ଦର ହ୍ରାସ ପାଇଛି ଏବଂ ଏହାର ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି। ଯାହାର ପ୍ରଭାବରେ ୧୦ ଗ୍ରାମ ପିଛା ୨୮୦ ଟଙ୍କା କମି ୩୨, ୮୩୦ ଟଙ୍କା ହୋଇଛି ସୁନା ଦର। ସେହିପରି ରୁପାର ଦାମ କିଲୋଗ୍ରାମ ପିଛା ୩୪୫ଟଙ୍କା କମି ୩୮ ହଜାର ୭୨୫ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଖସିଲା ସୁନା-ରୁପା ଦର, ଜାଣନ୍ତୁ କେତେ

gold

ନୂଆଦିଲ୍ଲୀ: ସୁନା ଓ ରୁପା ଦର ପୁଣି କମିଛି। ୧୦ ଗ୍ରାମ ପିଛା ସୁନାର ଦାମ ୨୮୦ ଟଙ୍କା କମିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାର ଦର ହ୍ରାସ ପାଇଛି ଏବଂ ଏହାର ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି। ଯାହାର ପ୍ରଭାବରେ ୧୦ ଗ୍ରାମ ପିଛା ୨୮୦ ଟଙ୍କା କମି ୩୨, ୮୩୦ ଟଙ୍କା ହୋଇଛି ସୁନା ଦର। ସେହିପରି ରୁପାର ଦାମ କିଲୋଗ୍ରାମ ପିଛା ୩୪୫ଟଙ୍କା କମି ୩୮ ହଜାର ୭୨୫ ଟଙ୍କା ହୋଇଛି। ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ଏହି ସୂଚନା ଦେଇଛି।

Advertisment

ଦିଲ୍ଲୀରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧ ସୁନାର ଦାମ ୨୮୦ ଟଙ୍କା କମି ୩୨ ହଜାର ୮୩୦ରୁ ୩୨ ହଜାର ୬୬୦ ଟଙ୍କା ହୋଇଛି। ସେହିପରି ରୁପା ଦର ୩୪୫ ଟଙ୍କା କମି କେଜି ପିଛା ୩୮ ହଜାର ୭୨୫ ଟଙ୍କା ହୋଇଛି।