Goldornaments
ସୁନା ପ୍ରେମୀଙ୍କ ଲାଗି ଖୁସି ଖବର। ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର। ମାସକ ଭିତରେ ସୁନା ଦାମ ୨ ହଜାର ଟଙ୍କା ଖସିଛି। ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।
କେବଳ ଅକ୍ଟୋବର ମାସର ୫ ଦିନରେ ସୁନା ଦର ୧ ହଜାର ୧୦୦ ଟଙ୍କା କମିଛି। ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ଦର ୫୩ ହଜାର ଟଙ୍କା ରହିଛି। ସେହିପରି ରୁପା ଦର ହ୍ରାସ ପାଇଛି। ରୁପା ଦର କିଲୋଗ୍ରାମ ପିଛା ୭ ହଜାର ଟଙ୍କା ଖସି ୭୦ ହଜାର ଟଙ୍କାରେ ପହଞ୍ଚିଛି।
ମାସକ ତଳେ ସେପ୍ଟେମ୍ୱର ପହିଲାରେ ଏହା ୭୭ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଆଗକୁ ସୁନା ଦର ପୁଣି କମିବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1696404386.jpg)