Gold-price
ନୂଆଦିଲ୍ଲୀ: ବାହାଘର ସିଜିନ୍ ବେଳେ ସୁନାର ଦାମ ଆଜି ସାମାନ୍ୟ ହ୍ରାସ ପାଇଛି। ତେବେ ରୁପାର ଦାମରେ ବୃଦ୍ଧି ଘଟିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୯୯୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦,୧୭୦ ଟଙ୍କାରେ ବିକ୍ରି ହେଉଛି।
ଆର୍ଥିକ ରାଜଧାନୀ ମୁମ୍ବାଇ କଥା ବିଚାରକୁ ନେଲେ, ଏଠାରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪, ୭୯୦ ଟଙ୍କା ରହିଛି। ମଙ୍ଗଳବାର ଏହା ୪୪, ୮୦୦ ଟଙ୍କା ଥିଲା। ଅର୍ଥାତ ଏହା ୧୦ ଟଙ୍କା ହ୍ରାସ ପାଇଛି। ମଙ୍ଗଳବାର ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୧୪୦ ଟଙ୍କା ହ୍ରାସ ପାଇଥିଲା।
ଦୁଇ ଦିନ ମଧ୍ୟରେ ୨୨ କ୍ୟାରେଟ ସୁନା ୧୫୦ ଟଙ୍କା ଶସ୍ତା ହୋଇଛି। ସେହିଭଳି ୨୪ କ୍ୟାରେଟ୍ ସୁନା ମଧ୍ୟ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ହ୍ରାସ ପାଇ ୪୫, ୭୯୦ ଟଙ୍କାରେ ବିକ୍ରି ହେଉଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୧୫୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୮,୧୬୦ ଟଙ୍କା ରହିଛି।
ଗୁଡ୍ ରିଟର୍ନସର ତଥ୍ୟ ଅନୁଯାୟୀ, କୋଲକାତାରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୬, ୭୪୦ ଓ ୪୯,୪୪୦ ରହିଛି। ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୪,୪୪,୩୮୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୮,୭୦୦ ଟଙ୍କା ରହିଛି।
ଅନ୍ୟପକ୍ଷରେ ରୁପାର କେଜି ପିଛା ଦାମ ପ୍ରାୟ ୨୦୦ ଟଙ୍କା ବୃଦ୍ଧି ପାଇଛି। ଗତକାଲି ରୁପାର କେଜି ପିଛା ଦାମ ୬୮,୮୦୦ ଟଙ୍କା ଥିବା ବେଳେ ଆଜି ଏହା ଅଧିକାଂଶ ସ୍ଥାନରେ ୬୯ ହଜାରରେ ପହଞ୍ଚି ଯାଇଛି। ବର୍ଦ୍ଧିତ ଦର ପରେ ଚେନ୍ନାଇରେ ରୁପାର ଦାମ ୭୩,୫୦୦ ଟଙ୍କା, ମୁମ୍ବାଇରେ ୬୯,୦୦୦, ଦିଲ୍ଲୀରେ ୬୯,୦୦୦ ଓ ଭୁବନେଶ୍ୱରରେ ଏହା ୭୩,୫୦୦ ଟଙ୍କା ଛୁଇଁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Gold-price.jpg)