Advertisment

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୭୭ ହଜାରରେ ପହଞ୍ଚିଲା

୨୪ କ୍ୟାରେଟ୍‌ ୧୦ ଗ୍ରାମ ପିଛା ସୁନାର ଦାମ୍‌ ୭୬,୯୫୦ରେ ପହଞ୍ଚିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Gold Price

Gold Price

ବିବାହ ଋତୁ ଆରମ୍ଭ ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି।

Advertisment

ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ଦାମ୍‌ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି।

ସୁନାର ଦାମ୍‌ ଗତ ସେସନ୍‌ରେ ୧% ଅଧିକ ବଢ଼ିବା ପରେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୦.୩% ବୃଦ୍ଧି ହୋଇ ଏକ ଆଉନ୍ସ ପିଛା ୨୬୬୫ ଡଲାରରୁ ଅଧିକ ରହିଛି।

Advertisment

ଏକ୍ସପର୍ଟଙ୍କ ମୁତାବକ, ଚଳିତ ବର୍ଷ ଶେଷ ସୁଦ୍ଧା MCX ଉପରେ ସୁନା ମୂଲ୍ୟ ୭୯,୦୦୦ ରୁ ୮୦,୦୦୦ରେ ପହଞ୍ଚିବା ସମ୍ଭାବନା ରହିଛି। 

ସେହିପରି ରୁପା ମୂଲ୍ୟରେ ମଧ୍ୟ ୪.୬% ବୃଦ୍ଧି ହୋଇ ଚାରି ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଙ୍ଗଳବାର ଦିନ ରୁପା ମୂଲ୍ୟରେ୪.୬% ବୃଦ୍ଧି ପାଇଛି, ଯାହା ଚାରି ମାସ ମଧ୍ୟରେ ଗୋଟିଏ ଦିନର ସବୁଠାରୁ ବଡ଼ ବୃଦ୍ଧି।

Gold Price Gold Price Hike