Advertisment

ରେକର୍ଡ ଭାଙ୍ଗିଲା ସୁନା ଦର, ୭୦,୦୦୦ ଟପିଲା ଦାମ୍‌

ସୁନା ସହିତ ରୂପା ମୂଲ୍ୟ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ଦିନ, ଏମସିଏକ୍ସ ଉପରେ ରୂପା ୬୮୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ସ୍ତରରେ ପହଞ୍ଚିଛି। ବୁଧବାର ରୁପା ୭୯,୦୦୧ ଟଙ୍କା ସ୍ତରରେ ବନ୍ଦ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Gold Price

Gold Price

ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଲଗାତର ସୁନାର ଦାମ୍‌ ବୃଦ୍ଧି ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି। ୭୦,୦୦୦ ଟପିଛି ଏହାର ଦାମ୍‌।

Advertisment

ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ଗତକାଲି ତୁଳନାରେ ଆଜି ସୁନାର ଦାମ୍‌ରେ ୩୭୨ ଟଙ୍କା ମହଙ୍ଗା ହୋଇଛି। ଫଳରେ ଓଡ଼ିଶାରେ ଖାଣ୍ଟି ସୁନା ତଥା ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୭୦, ୪୭୦ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୪, ୬୦୦ ରହିଛି।

ସୁନା ସହିତ ରୂପା ମୂଲ୍ୟ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ଦିନ, ଏମସିଏକ୍ସ ଉପରେ ରୂପା ୬୮୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ସ୍ତରରେ ପହଞ୍ଚିଛି। ବୁଧବାର ଦିନ ରୂପା ୭୯,୦୦୧ ଟଙ୍କା ସ୍ତରରେ ବନ୍ଦ ହୋଇଛି।

Advertisment

କେବଳ ଘରୋଇ ନୁହେଁ ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟ ବୃଦ୍ଧି ପାଉଛି। ବିଶ୍ୱ ବଜାରରେ ସୁନା ବୁଧବାର ୦.୦୫ ପ୍ରତିଶତ ବୃଦ୍ଧି ହୋଇ ଅନ୍ସ ପିଛା ୨୨୯୮.୭୪ ଡଲାରରେ ପହଞ୍ଚିଛି। ଗତକାଲି ତୁଳନାରେ ରୁପା ମଧ୍ୟ ୦.୦୬ ପ୍ରତିଶତ ବୃଦ୍ଧି ପାଇ ୨୭.୧ ପ୍ରତିଶତ ସ୍ତରରେ ପହଞ୍ଚିଛି।

Gold Price Hike Gold Price Today