Advertisment

ପୁଣି ବଢ଼ିଲା ସୁନା ଦର, ୭୧,୦୦୦ ପାର୍‌

ସୁନା ସହ ରୁପାର ଚମକ ମଧ୍ୟ ଆଜି ତେଜ୍‌ ହୋଇଛି। କିଲୋଗ୍ରାମ ପିଛା ୮୩,୦୦୦ ଡେଇଁଛି ରୁପା ଦର।

Gold Neckles

Gold Neckles

Advertisment

ଲଗାତର ବଢ଼ି ଚାଲିଛି ସୁନା ଦର। ଭାରତରେ ସୁନା ଦାମ୍‌ ସବୁ ରେକର୍ଡ ଭାଙ୍ଗିଛି। ୧୦ ଗ୍ରାମ ସୁନାର ଦାମ୍‌ ଏବେ ୭୧,୦୦୦ ଡେଇଁଛି। ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଦାମ୍‌ ୭୧,୦୦୦ ଟଙ୍କା ଅତିକ୍ରମ କରିଛି।

Advertisment

ଆଜି ସୁନା ମୂଲ୍ୟରେ ୪୦୦ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ଫଳରେ ଖାଣ୍ଟି ସୁନା ଦାମ୍‌ ୧୦ ଗ୍ରାମ ପିଛା ୭୧,୬୨୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୬୫,୬୫୦ ରହିଛି।

ସୁନା ସହ ରୁପାର ଚମକ ମଧ୍ୟ ଆଜି ତେଜ୍‌ ହୋଇଛି। ଏହାର ମଧ୍ୟ ଦାମ୍‌ ବଢ଼ିଛି। ରୁପାର ଦାମ୍‌ ୧୦୪୦ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ଫଳରେ କିଲୋଗ୍ରାମ ପିଛା ରୁପା ଦର ୮୩,୪୦୦ ଟଙ୍କାରେ ପହଞ୍ଚିଛି। ଯାହା ଏହାର ସର୍ବକାଳୀନ ଉଚ୍ଚ ସ୍ତର।

Advertisment
Gold Price Hike Gold Price Today Gold Rate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe