Advertisment

ବୋଲ ମାନୁନି ସୁନା ଦର, ୬୫ ହଜାର ପାର୍‌

ଏକ ସପ୍ତାହ ମଧ୍ୟରେ ସୁନା ଦର ୩ ହଜାର ଟଙ୍କା ମହଙ୍ଗା ହେଲାଣି

author-image
Madhupriya Mistry
Gold Price

Gold Price

ବୋଲ ମାନୁନି ସୁନାଦର। ଦିନକୁ ଦିନ ହୋଇ ଚାଲିଛି ଉପରମୁହାଁ। ଏକ ସପ୍ତାହ ମଧ୍ୟରେ ସୁନା ଦର ୩ ହଜାର ଟଙ୍କା ମହଙ୍ଗା ହେଲାଣି। ଫଳରେ ସାଧାରଣ ଲୋକେ ଏବେ ସୁନାକୁ କିଣିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ଭୟ କରିଲେଣି।

Advertisment

ଖାଣ୍ଟି ସୁନା ୧୦ ଗ୍ରାମକୁ ୬୫ ହଜାର ୩୫୦ ଟଙ୍କାକୁ ଛୁଇଁ ଥିବାବେଳେ ୨୨ କ୍ୟାରେଟ୍ ସୁନା ଦାମ ବି ୬୦ ହଜାର ଡେଇଁଲାଣି। ସପ୍ତାହକ ତଳେ ଅର୍ଥାତ୍ ଫେବ୍ରୁଆରୀ ୨୯ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୫୭ ହଜାର ୬୦୦ଟଙ୍କାରେ ବିକ୍ରି ହେଉଥିଲା। ଆଜି ୬୦ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ।

ସେହିପରି ସୁନା ସହ ତାଳ ଦେଇ ଆଗେଇ ଚାଲିଛି ରୁପା। ସୁନା ସହିତ ରୁପା ମୂଲ୍ୟରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି। ଏକ କିଲୋଗ୍ରାମ ରୁପା ଦର ୭୪,୨୬୨ ଟଙ୍କାରେ ପହଞ୍ଚିଛି। ଏକ ସପ୍ତାହରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ପ୍ରାୟ ୧୯୮୪ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। 

Advertisment
Gold Price Gold Price Hike