Advertisment

୭୧ ହଜାର ପାର ହେଲା ସୁନା ଦର

ଏ ଦରବୃଦ୍ଧି ଆଉ କେତେ ଦିନ ଲାଗି ରହିବ, ତାହା ଆକଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଗହଣା ବ୍ୟବସାୟୀ।

Gold

Gold

Advertisment

ବଢ଼ି ଚାଲିଛି ସୁନା ଦର। ଆଜି ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର ୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରୁପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାର ଟଙ୍କାରେ ପହଞ୍ଚିଛି।

Advertisment

ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୪ ହଜାର ୧୫୦ ଟଙ୍କା ଥିଲା। ଆଜି ଏଥିରେ ୧୨୦୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ଗତକାଲି ଏଠାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୯,୯୮୦ ଥିବା ବେଳେ ଆଜି ଏଥିରେ ୧୩୧୦ ଟଙ୍କା ବୃଦ୍ଧି ହୋଇଛି।

୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୬,୧୮୫ ଟଙ୍କାରୁ ବୃଦ୍ଧି ପାଇ ୬୫୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୧୦ ଦିନ ମଧ୍ୟରେ ୨୪ କ୍ୟାରେଟ୍ ସୁନାର ଦର ୧ ଗ୍ରାମ ପ୍ରତି ୬,୭୪୬ ଟଙ୍କାରୁ ବୃଦ୍ଧି ପାଇ ୭,୧୪୪ ଟଙ୍କାରେ ପହଞ୍ଚିଛି। 

Advertisment

ସୁନା ଉତ୍ପାଦନକାରୀ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଆମେରିକା ଫେଡରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେଲା ସୁନା ଓ ରୁପା ଦର ଲଗାତାର ଭାବେ ଉପରମୁହାଁ ହୋଇଚାଲିଛି। ଏମିତିକି ଏ ଦରବୃଦ୍ଧି ଆଉ କେତେ ଦିନ ଲାଗି ରହିବ, ତାହା ଆକଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଗହଣା ବ୍ୟବସାୟୀ।

Gold Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe