Advertisment

ପୁଣି ଉପର ମୁହାଁ ହେଲା ସୁନା ଦର

ଏପ୍ରିଲ ୧୨ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ପାର କରିଥିଲା।

author-image
Jitendra Garnayak
Gold Rate

Gold Rate

ଦୁଇ ଦିନ ସାମାନ୍ୟ ହ୍ରାସ ପାଇବା ପରେ ଆଜି ସୁନା ଦର ପୁଣି ଉପର ମୁହାଁ ହୋଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୧୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରଟ ସୁନା ଦର ୧୦ ଗ୍ରାମ ପ୍ରତି ୬୭ ହଜାର ୫୦ ଟଙ୍କା ରହିଛି।

Advertisment

ଏପ୍ରିଲ ୧୨ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ପାର କରିଥିଲା। ସେହିଦିନ ଏଠାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୩୧୦ ଟଙ୍କା ରହିଥିଲା। କିନ୍ତୁ ଏପ୍ରିଲ ୧୩ ଓ ୧୪ ତାରିଖରେ ୭୬୦ ଟଙ୍କା ହ୍ରାସ ପାଇ ୭୨ ହଜାର ୫୫୦ ଟଙ୍କା ରହିଥିଲା। ତେବେ ଆଜି ଏଥିରେ ୬୦୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ପୁଣି ୭୩ ହଜାର ପାର କରିଛି।

ସେହିପରି ଏପ୍ରିଲ ୧୨ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୭ ହଜାର ୨୦୦ ଟଙ୍କା ଥିଲା। କିନ୍ତୁ ତା’ପରେ ଦୁଇ ଦିନ ଧରି ଅର୍ଥାତ୍ ଏପ୍ରିଲ ୧୩ ଓ ୧୪ରେ ଏହାର ଦର ୬୬ ହଜାର ୫୦୦ ଟଙ୍କା ଥିଲା। କିନ୍ତୁ ଆଜି ଏହି ସୁନା ଦର ୧୦ ଗ୍ରାମ ପ୍ରତି ୫୫୦ ଟଙ୍କା ବୃଦ୍ଧି ପାଇଛି ଓ ପୁଣି ଥରେ ୬୭ ହଜାର ଅତିକ୍ରମ କରିଛି।

Advertisment

ରୁପା ଦର ମଧ୍ୟ ବଢ଼ିଛି। ରୁପା ଦର କେଜି ପ୍ରତି ୫୦୦ ଟଙ୍କା ବଢ଼ି ୮୯ ହଜାର ୫୦୦ ଟଙ୍କାରେ ପହଞ୍ଚିଛି।

Gold Price