/odisha-reporter/media/post_attachments/uploadimage/library/16_9/16_9_0/Gold_1711700237.jpg)
Gold
ବଢ଼ି ଚାଲିଛି ସୁନା ଦର। ଦିନକରେ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମକୁ ୧୩୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୧୪୨୦ ଟଙ୍କା ବୃଦ୍ଧି ପାଇଛି। ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୧୦୬୦ ଟଙ୍କା ବଢ଼ିଛି।
ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୧,୭୦୦ ଟଙ୍କା ଥିବା ବେଳେ ଆଜି ଏହା ୬୩,୦୦୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧୦ ଗ୍ରାମ ପ୍ରତି ୬୭,୩୧୦ ଟଙ୍କା ଥିଲା। ଆଜି ଏହା ୬୮,୭୩୦ ଟଙ୍କା ରହିଛି। ୧୮ କ୍ୟାରେଟ ସୁନାର ଦର ଗତକାଲି ୧୦ ଗ୍ରାମ ପ୍ରତି ୫୦,୪୮୦ ଟଙ୍କା ଥିବା ବେଳେ ଆଜି ୫୧,୫୪୦ ଟଙ୍କା ହୋଇଛି।
ଗୁଡ୍ରିଟର୍ଣ୍ଣର ୱେବ୍ସାଇଟ୍ ଅନୁଯାୟୀ ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ ୬୮,୭୦୦ ଓ ୧୮ କ୍ୟାରେଟ୍ ସୁନାର ଦାମ ୫୧,୫୪୦ ଟଙ୍କା ରହିଛି।
ଚେନ୍ନାଇରେ ଆଜି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୬୩,୯୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୬୩,୦୦୦, ଦିଲ୍ଲୀରେ ୬୩, ୧୫୦, କୋଲକାତାରେ ୬୩,୦୦୦, ବେଙ୍ଗାଲୁରୁରେ ୬୩,୦୦୦ ଓ ହାଇଦ୍ରାବାଦରେ ୬୩ ୦୦୦ ଟଙ୍କା ରହିଛି।
ସେହିପରି ଚେନ୍ନାଇରେ ଆଜି ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମକୁ ୬୯,୧୭୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୬୮,୭୩୦, ଦିଲ୍ଲୀରେ ୬୮,୮୮୦, କୋଲକାତାରେ ୬୮,୭୩୦, ବେଙ୍ଗାଲୁରୁରେ ୬୮,୭୩୦ ଓ ହାଇଦ୍ରାବାଦରେ ୬୮,୭୩୦ ଟଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
