ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ପ୍ରତି ଦିନ ବଢୁଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି।
ଗୁରୁବାର (ଗତକାଲି) ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୯୦ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୬୬ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢ଼ିଛି।
୧୮ କ୍ୟାରେଟ ସୁନା ଦର ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମକୁ ୫୪ ହଜାର ୧୬୦ ଟଙ୍କା ଥିବା ବେଳେ ଆଜି ୫୪ ହଜାର ୯୮୦ ଟଙ୍କା ରହିଛି। ଅର୍ଥାତ୍ ଦିନକ ଭିତରେ ୮୨୦ ଟଙ୍କା ବଢ଼ିଛି।
ଭୁବନେଶ୍ୱରରେ ଗତ ୩ ତାରିଖରେ ୨୪ କ୍ୟାରେଟ ସୁନା ଦର ୧ ଗ୍ରାମ ପ୍ରତି ୭୦୦୨ ଟଙ୍କା ଥିବା ବେଳେ ୧୦ ଦିନ ମଧ୍ୟରେ ୭,୩୪୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗତ ୩ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପ୍ରତି ୬୪୨୫ ଟଙ୍କା ଥିବା ବେଳେ ୧୦ ଦିନ ମଧ୍ୟରେ ଏହା ୬୭୩୫ ଟଙ୍କାକୁ ବୃଦ୍ଧି ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।