Advertisment

ଆହୁରି ବଢ଼ିଲା ସୁନା ଦର, ୭୩ ହଜାର ଅତିକ୍ରମ କଲା

ଭୁବନେଶ୍ୱରରେ ଗତ ୩ ତାରିଖରେ ୨୪ କ୍ୟାରେଟ ସୁନା ଦର ୧ ଗ୍ରାମ ପ୍ରତି ୭୦୦୨ ଟଙ୍କା ଥିବା ବେଳେ ୧୦ ଦିନ ମଧ୍ୟରେ ୭,୩୪୬ ଟଙ୍କାକୁ ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Gold

Gold

Advertisment

ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ପ୍ରତି ଦିନ ବଢୁଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି।

Advertisment

ଗୁରୁବାର (ଗତକାଲି) ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୯୦ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୬୬ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢ଼ିଛି।

୧୮ କ୍ୟାରେଟ ସୁନା ଦର ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମକୁ ୫୪ ହଜାର ୧୬୦ ଟଙ୍କା ଥିବା ବେଳେ ଆଜି ୫୪ ହଜାର ୯୮୦ ଟଙ୍କା ରହିଛି। ଅର୍ଥାତ୍ ଦିନକ ଭିତରେ ୮୨୦ ଟଙ୍କା ବଢ଼ିଛି।

Advertisment

ଭୁବନେଶ୍ୱରରେ ଗତ ୩ ତାରିଖରେ ୨୪ କ୍ୟାରେଟ ସୁନା ଦର ୧ ଗ୍ରାମ ପ୍ରତି ୭୦୦୨ ଟଙ୍କା ଥିବା ବେଳେ ୧୦ ଦିନ ମଧ୍ୟରେ ୭,୩୪୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗତ ୩ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପ୍ରତି ୬୪୨୫ ଟଙ୍କା ଥିବା ବେଳେ ୧୦ ଦିନ ମଧ୍ୟରେ ଏହା ୬୭୩୫ ଟଙ୍କାକୁ ବୃଦ୍ଧି ପାଇଛି। 

Gold Price Today Gold Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe