Advertisment

‘ଗୋଲ୍ଡ ମନିଟାଇଜେସନ୍ ଓ ସଭରେନ୍ ଗୋଲ୍ଡ ବଣ୍ଡ’ ଯୋଜନା ଆରମ୍ଭ

ନୂଆଦିଲ୍ଲୀ: ସୁନାରେ ନିବେଶ ନେଇ ଦେଶରେ ଆରମ୍ଭ ହୋଇଛି ନୂଆ ଯୋଜନା ‘ଗୋଲ୍ଡ ମନିଟାଇଜେସନ୍ ଓ ସଭରେନ୍ ଗୋଲ୍ଡ ବଣ୍ଡ’। ଆଜି ନୂଆଦିଲ୍ଲୀରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗଚ୍ଛିତ ଥିବା ସୁନାର ଉପଯୋଗ କରି ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ମୋଦି କହିଛନ୍ତି। ଦେଶରେ ୨୦ହଜାର ଟନ୍ ସୁନା ବ୍ୟବହାର ନହୋଇ ଲୋକଙ୍କ ଘରେ ପଡ଼ି ରହିଛି। ଅଥଚ ଦେଶ ଗରିବ ଭାବେ ଗଣାଯାଉଛି। […]

author-image
Rakesh Mallick
‘ଗୋଲ୍ଡ ମନିଟାଇଜେସନ୍ ଓ ସଭରେନ୍ ଗୋଲ୍ଡ ବଣ୍ଡ’ ଯୋଜନା ଆରମ୍ଭ

gold

ନୂଆଦିଲ୍ଲୀ: ସୁନାରେ ନିବେଶ ନେଇ ଦେଶରେ ଆରମ୍ଭ ହୋଇଛି ନୂଆ ଯୋଜନା ‘ଗୋଲ୍ଡ ମନିଟାଇଜେସନ୍ ଓ ସଭରେନ୍ ଗୋଲ୍ଡ ବଣ୍ଡ’। ଆଜି ନୂଆଦିଲ୍ଲୀରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗଚ୍ଛିତ ଥିବା ସୁନାର ଉପଯୋଗ କରି ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ମୋଦି କହିଛନ୍ତି। ଦେଶରେ ୨୦ହଜାର ଟନ୍ ସୁନା ବ୍ୟବହାର ନହୋଇ ଲୋକଙ୍କ ଘରେ ପଡ଼ି ରହିଛି। ଅଥଚ ଦେଶ ଗରିବ ଭାବେ ଗଣାଯାଉଛି। ତେଣୁ ଗଚ୍ଛିତ ସୁନାକୁ ନିବେଶ କରାଗଲେ ଦେଶର ପ୍ରଗତି ହେବା ସହ ମହିଳା ସଶକ୍ତିକରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment