/odisha-reporter/media/post_attachments/uploadimage/library/16_9/16_9_0/GST_1755773392.jpg)
GST
ଦ୍ରବ୍ୟ ଓ ସେବା କର ବା ଜିଏସ୍ଟିରେ ହେବ ବହୁପ୍ରତିକ୍ଷୀତ ସଂସ୍କାର। ଦୀର୍ଘ ଦିନରୁ ଏହା ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଜିଏସଟି ସଂସ୍କାର ଆଉ ପାଦେ ଆଗକୁ ବଢ଼ିଛି। ଗ୍ରୁପ ଅଫ ମନିଷ୍ଟର୍ସ (ଜିଏମଓ) ବୈଠକରେ ଜିଏସ୍ଟିରେ ଥିବା ୪ ଥାକିଆ ସ୍ଲାବ ବା ଟିକସ ବ୍ୟବସ୍ଥାକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି।
ଗୁରୁବାର ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କୁ ନେଇ ବସିଥିବା କମିଟି କେନ୍ଦ୍ର ସ୍ଲାବ ହ୍ରାସ ପାଇଁ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ନେଇଛି। ପୂର୍ବରୁ ଜିଏସ୍ଟି ଅଧୀନରେ ୫%, ୧୨%, ୧୮% ୨୮% ଟିକସ ବ୍ୟବସ୍ଥା ଥିଲା। କିନ୍ତୁ ୧୨% ଓ ୨୮% ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ। ଏଣିକି କେବଳ ୫ ଓ ୧୮% ସ୍ଲାବ ବ୍ୟବସ୍ଥା ରହିବ।
ଏହି ବଡ଼ ସଂସ୍କାର ପରେ ଦେଶରେ ଜିଏସ୍ଟି ୨.୦ ଆରମ୍ଭ ହେବ। ଜିଏସଟି ୨.୦ରେ ଟିକସ ବ୍ୟବସ୍ଥା ଆହୁରି ସରଳୀକରଣ ହୋଇଯିବ। ସାଧାରଣ ଲୋକ ଓ ବ୍ୟବସାୟିକଙ୍କ ଉପରେ ବଢ଼ୁଥିବା ଆର୍ଥିକ ଚାପ ହ୍ରାସ ପାଇବ। ଦେଶ ପ୍ରାୟ ୯୦% ଜିନିଷର ଦାମ ଶସ୍ତା ହୋଇଯିବ।
୪ ସ୍ଲାବ ବଦଳରେ ୨ଟି ସ୍ଲାବ
ବର୍ତ୍ତମାନ ସମୟରେ ଜିଏସଟିର ୪ଟି ସ୍ଲାବ ରହିଛି। ସେଗୁଡ଼ିକ ହେଲା ୫%, ୧୨%, ୧୮% ଓ ୨୮%। ଏହି ସ୍ଲାବରେ ବିଭିନ୍ନ ଜିତିଷକୁ ରଖି ସେଗୁଡ଼ିକ ଦାମ ସ୍ଥିର କରାଯାଉଛି। ପ୍ରସ୍ତାବିତ ନୂଆ ଜିଏସ୍ଟି ବ୍ୟବସ୍ଥାରେ ୧୨% ଓ ୨୮% ସ୍ଲାବକୁ ଉଚ୍ଛେଦ କରାଯିବ। ସମସ୍ତ ଦ୍ରବ୍ୟ ଓ ସେଗୁଡ଼ିକ ଏଣିକି ୫% କିମ୍ବା ୧୨% ଟିକସ ବ୍ୟବସ୍ଥା ମଧ୍ୟକୁ ଆସିବେ।
ତେବେ ତମ୍ବାକୁ ଓ କିଛି ନିର୍ଦ୍ଦିଷ୍ଟ ବିଳାସପୂର୍ଣ୍ଣ ଜିନିଷ ଉପରେ ପୂର୍ବ ଭଳି ୪୦%ର ଅତ୍ୟଧିକ ଶୁଳ୍କ ବ୍ୟବସ୍ଥା ଅତୁଟ ରହିବ। ପ୍ୟାନେଲ ପକ୍ଷରୁ ବଳାସପୂର୍ଣ୍ଣ କାରଗୁଡ଼ିକୁ ମଧ୍ୟ ୪୦% ଟିକସ ବ୍ୟବସ୍ଥା ଅଧୀନକୁ ଆଣିବାକୁ ପ୍ରସ୍ତାବ ଦିଆଯାଇଛି।
ଯୋଜନା ଅନୁସାରେ, ପୂର୍ବରୁ ୧୨% ଟିକସ ସ୍ଲାବ ମଧ୍ୟରେ ଥିବା ପ୍ରାୟ ୯୯% ଜିନିଷକୁ ୫% ଟିକସ ସ୍ଲାବ ଅଧୀନକୁ ଅଣାଯିବ। ସେହିପରି ୨୮% ଅଧୀନରେ ଥିବା ପ୍ରାୟ ୯୦% ଜିନିଷ ୧୮% ସ୍ଲାବ ମଧ୍ୟକୁ ଚାଲି ଆସିବ। ଫଳରେ ସେଗୁଡ଼ିକର ଦାମ ହ୍ରାସ ପାଇବ।
ଗ୍ରୁପ ଅଫ ମିନିଷ୍ଟର୍ସ ବା ଜିଏମଓର ଅଧ୍ୟକ୍ଷତା ବିହାରର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କରିଥିଲେ। ଏଥିରେ ଉତ୍ତର ପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା, ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ ଗଜେନ୍ଦର ସିଂହ, ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, କର୍ଣ୍ଣାଟକାର ରାଜସ୍ୱ ମନ୍ତ୍ରୀ କ୍ରିଷ୍ଣା ବି ଗୌଡା ଓ କେରଳର ଅର୍ଥମନ୍ତ୍ରୀ କେଏନ ବାଲାଗୋପାଲ ଯୋଗ ଦେଇଥିଲେ। ଏହି କମିଟି ଜିଏସ୍ଟିକୁ ନେଇ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବର ସମୀକ୍ଷା କରିଥିଲା।
ଗ୍ରାହକଙ୍କୁ ମିଳିବ ଫାଇଦା
କେନ୍ଦ୍ର ସରକାରଙ୍କ କହିବା କଥା ଯେ ନୂଆ ଟିକସ ବ୍ୟବସ୍ଥା ସାଧାରଣ ଲୋକ, ଚାଷୀ ଓ ମଧ୍ୟବିତ୍ତଙ୍କୁ ଫାଇଦା ଦେବ। ଦୈନନ୍ଦିନ ବ୍ୟବହୃତ ଜିନିଷ ଉପରେ ଲାଗୁଥିବା ଜିଏସ୍ଟି ହ୍ରାସ ପାଇବ। ମେଡିସିନ, ପ୍ରୋସେଡ ଖାଦ୍ୟ, ପୋଷାକ, ଚପଲ/ଜୋତା ଓ ଘରେ ବ୍ୟବହାର ହେଉଥିବା ଜିନିଷ ଗୁଡ଼ିକ ୫% ସ୍ଲାବ ମଧ୍ୟକୁ ଆସିବେ। ଘରେ ବ୍ୟବହୃତ ହେଉଥିବା ବଡ଼ବଡ଼ ଆସବାବପତ୍ର, ଟିଭି ଓ ଅନ୍ୟ ଜିନିଷ ଗୁଡ଼ିକ ୧୮% ସ୍ଲାବ ମଧ୍ୟରେ ରହିବେ। ପୂର୍ବରୁ ଏହା ୨୮% ସ୍ଲାବ ମଧ୍ୟରେ ରହିଥିଲା। ତେଣୁ ଏପରି ନିଷ୍ପତ୍ତି ମଧ୍ୟବିତ୍ତଙ୍କୁ ସୁହାଇବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
