Advertisment

୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ଗୁଗଲ

ଟ୍ୱିଟର ଠାରୁ ଆରମ୍ଭ କରି ଆମାଜନ ଓ ମାଇକ୍ରୋସଫ୍ଟ କର୍ମଚାରୀଙ୍କୁ ବିଦା କରିଥିବା ବେଳେ ଏବେ ଏହି ତାଲିକାରେ ଗୁଗଲ ଯୋଡ଼ି ହୋଇଯାଇଛି।

Google

Google

Advertisment

ବର୍ତ୍ତମାନ ବିଶ୍ୱର ବଡ଼ବଡ଼ ସଂସ୍ଥା ଛଟେଇ ଆରମ୍ଭ କରିଛନ୍ତି। ଟ୍ୱିଟର ଠାରୁ ଆରମ୍ଭ କରି ଆମାଜନ ଓ ମାଇକ୍ରୋସଫ୍ଟ କର୍ମଚାରୀଙ୍କୁ ବିଦା କରିଥିବା ବେଳେ ଏବେ ଏହି ତାଲିକାରେ ଗୁଗଲ ଯୋଡ଼ି ହୋଇଯାଇଛି। ଏହି ସର୍ଚ୍ଚ ଇଞ୍ଜିନ କମ୍ପାନୀ ତା’ର ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ଘୋଷଣା କରିଛି। ଏହା କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟାର ୬%।

Advertisment

ଗୁଗଲର ଶେୟାର ମୂଲ୍ୟ ଆଜି ୩% ବଢ଼ିଥିବା ବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି କମ୍ପାନୀ ଏପରି ନିଷ୍ପତ୍ତି ନେଇଛି। ବେଶ କିଛି ବର୍ଷ ହେଲାଣି ଆଲଫାବେଟ କମ୍ପାନୀ ପକ୍ଷରୁ ଗୁଗୁଲ, ୟୁଟ୍ୟୁବ ଓ ଅନ୍ୟ କ୍ଷେତ୍ର ପାଇଁ ଏକାଧିକ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ କମ୍ପାନୀ ଏବେ ୧୨ ହଜାର କର୍ମଚାରୀଙ୍କୁ ବିଦା କରିବ ବୋଲି ଘୋଷଣା କରିଛି।

କିଛି ଦିନ ପୂର୍ବରୁ ମାଇକ୍ରୋସଫ୍ଟ ତା’ର ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ଘୋଷଣା କରିଥିଲେ। ମାଇକ୍ରୋସଫ୍ଟ ଛଟେଇ ମଧ୍ୟ ଆରମ୍ଭ କରି ସାରିଲାଣି।

Advertisment

ଆଲଫାବେଟ ସିଇଓ ସୁନ୍ଦର ପିଚାଇ କହିଛନ୍ତି, “କମ୍ପାନୀ ତା’ର ପ୍ରଡକ୍ଟ, ଲୋକବଳ ଓ ଗୁରୁତ୍ୱକୁ ଦେଖି ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଦ୍ରୁତଗତିରେ ତା’ର ସଂସ୍ଥାକୁ ବଢ଼ାଇଥିଲା। କିନ୍ତୁ ଏବେ ସଂସ୍ଥା ଭିନ୍ନ ଏକ ଅର୍ଥନୀତିକ ବାସ୍ତବତାର ସମ୍ମୁଖୀନ ହେଉଛି। ପ୍ରକୃତ କଥା ହେଉଛି, ଏହି ପରିବର୍ତ୍ତନ ଗୁଗଲର ଉପରେ ପ୍ରଭାବ ପକାଇବ। ମୁଁ ଏହି ନିଷ୍ପତ୍ତିର ସବୁ ଉତ୍ତରଦାୟିତ୍ୱ ନେଉଛି।”

ପୂରା ବିଶ୍ୱରେ ଗୁଗଲ ଏପରି ଛଟେଇ କରିବାକୁ ଯାଉଛି। ଏହାଦ୍ୱାରା ସବୁଠାରୁ ଅଧିକ ମାତ୍ରାରେ ଆମେରିକାରେ ଥିବା କର୍ମଚାରୀମାନେ ପ୍ରଭାବିତ ହେବେ। କମ୍ପାନୀ ପକ୍ଷରୁ ଚାକିରି ହରାଇବାକୁ ଥିବା କର୍ମଚାରୀଙ୍କୁ ଇ-ମେଲ ଯୋଗେ ଏ ସମ୍ପର୍କରେ ସୂଚିତ କରାଇ ଦିଆଯାଇଛି। ଆମେରିକାରେ ତତ୍କାଳ ଭାବେ ଏହା ଲାଗୁ ହୋଇଥିଲା ବେଳେ ଅନ୍ୟ ଦେଶରେ ସ୍ଥାନୀୟ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

Google
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe