Advertisment

ଗୁଗଲ ଉପରେ ପୁଣି ଲାଗିଲା ୯୩୬ କୋଟିର ଫାଇନ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ଗୁଗଲର ମନମୁଖୀ କାମକୁ ବନ୍ଦ କରିବା ପାଇଁ ଭାରତର ପ୍ରତିଯୋଗିତା ଆୟୋଗ ବା ସିସିଆଇ ପୁଣିଥରେ ସଂସ୍ଥା ଉପରେ ଜୋରିମାନା ଲଗାଇଛି। ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି। ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ। ଏହାପୂର୍ବରୁ ୭ ଦିନ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା। […]

ଗୁଗଲ ଉପରେ ପୁଣି ଲାଗିଲା ୯୩୬ କୋଟିର ଫାଇନ

google

Advertisment

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ଗୁଗଲର ମନମୁଖୀ କାମକୁ ବନ୍ଦ କରିବା ପାଇଁ ଭାରତର ପ୍ରତିଯୋଗିତା ଆୟୋଗ ବା ସିସିଆଇ ପୁଣିଥରେ ସଂସ୍ଥା ଉପରେ ଜୋରିମାନା ଲଗାଇଛି। ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି।

Advertisment

ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ। ଏହାପୂର୍ବରୁ ୭ ଦିନ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା। ଏହାର ଅର୍ଥ ଗୁଗଲ ଉପରେ ମୋଟ ୨୩ଶହ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇ ସାରିଲାଣି।

ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ସେଗମେଣ୍ଟରେ ଏହାର ଦୃଢ଼ ବଜାର ସ୍ଥିତିକୁ ସଂସ୍ଥା ଅପବ୍ୟବହାର କରୁଥିବାରୁ ୧୩୩୮ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ଏଥିସହ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ସିସିଆଇ ଗୁଗଲକୁ ନିର୍ଦ୍ଦେଶ ଦେଇଥିଲା।

Advertisment


ସିସିଆଇ କହିଛି ଯେ ଦ୍ୱିତୀୟ ମାମଲାରେ ଏପରି ଜୋରିମାନା ହୋଇଛି। ୨୦୨୦ର କେସ୍‌ ନଂ ୭, ୨୦୨୧ର ୧୪ ଓ ୨୦୨୧ର ୩୫ ନଂ ମାମଲାରେ ସିସିଆଇ ଗୁଗଲ ଉପରେ ଆର୍ଥିକ ଜୋରିମାନା ୯୩୬.୪୪ କୋଟି ଲାଗୁ କରିଛି। ପ୍ଲେ ଷ୍ଟୋର ନିତୀରେ ଗୁଗଲ ତା’ର ଅଣ ବ୍ୟବସାୟିକ ଆଚରଣ ପ୍ରଦର୍ଶନ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe