Advertisment

'ଗୁଗୁଲ୍ ପେ' ପେମେଣ୍ଟ ସିଷ୍ଟମ ଅପରେଟର ନୁହଁ: ଆରବିଆଇ

ନୂଆଦିଲ୍ଲୀ: ମୋବାଇଲରେ ପଇସା ଟ୍ରାନ୍ସଫର କରିବା ପାଇଁ ମାଧ୍ୟମ ପାଲଟିଥିବା ଆମେରିକାନ୍ କମ୍ପାନୀ ଗୁଗୁଲ ପେ ବାବଦରେ ଦିଲ୍ଲୀ ହାଇକୋର୍ଟ ଆଗରେ ମତ ରଖିଛି ଆରବିଆଇ। ଗୁଗୁଲ୍ ପେ ଥାର୍ଡ ପାର୍ଟି ସେବା ପ୍ରଦାନ କାରୀ ସଂସ୍ଥା। ଏହା ଦେୟ ପ୍ରଣାଳୀ ସଂସ୍ଥା ନୁହେଁ। ତେଣୁ ଏହି ପେମେଣ୍ଟ ଆପ୍ସ ପେମେଣ୍ଟ ଆଣ୍ଡ ସେଟେଲମେଣ୍ ସିଷ୍ଟମ ଆକ୍ଟ ୨୦୦୭ ଅଧୀନରେ ଆସୁନାହିଁ ବୋଲି ଆରବିଆଇ କହିଛି। ନିକଟରେ ଅର୍ଥନୀତିଜ୍ଞ ଅଭିଜିତ ମିଶ୍ର ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ […]

ଅଦ୍ୟତନ ହୋଇଛି
'ଗୁଗୁଲ୍ ପେ' ପେମେଣ୍ଟ ସିଷ୍ଟମ ଅପରେଟର ନୁହଁ: ଆରବିଆଇ

G PAY

Advertisment

ନୂଆଦିଲ୍ଲୀ: ମୋବାଇଲରେ ପଇସା ଟ୍ରାନ୍ସଫର କରିବା ପାଇଁ ମାଧ୍ୟମ ପାଲଟିଥିବା ଆମେରିକାନ୍ କମ୍ପାନୀ ଗୁଗୁଲ ପେ ବାବଦରେ ଦିଲ୍ଲୀ ହାଇକୋର୍ଟ ଆଗରେ ମତ ରଖିଛି ଆରବିଆଇ। ଗୁଗୁଲ୍ ପେ ଥାର୍ଡ ପାର୍ଟି ସେବା ପ୍ରଦାନ କାରୀ ସଂସ୍ଥା। ଏହା ଦେୟ ପ୍ରଣାଳୀ ସଂସ୍ଥା ନୁହେଁ। ତେଣୁ ଏହି ପେମେଣ୍ଟ ଆପ୍ସ ପେମେଣ୍ଟ ଆଣ୍ଡ ସେଟେଲମେଣ୍ ସିଷ୍ଟମ ଆକ୍ଟ ୨୦୦୭ ଅଧୀନରେ ଆସୁନାହିଁ ବୋଲି ଆରବିଆଇ କହିଛି।

Advertisment

ନିକଟରେ ଅର୍ଥନୀତିଜ୍ଞ ଅଭିଜିତ ମିଶ୍ର ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଗୁଗୁଲ ପେମେଣ୍ଟ ଆପ୍ସ, ଗୁଗୁଲ ପେ ଦ୍ୱାରା ହେଉଥିବା ନେଣଦେଣ ଆରବିଆଇ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଆବେଦନରେ ଦର୍ଶାଇଥିଲେ। ଗୁଗୁଲ ପେ ପେମେଣ୍ଟ ସିଷ୍ଟମ ବା ଦେୟ ପ୍ରଣାଳୀ ସଂସ୍ଥା ଭାବରେ ନିଜର ଭୂମିକା ଲିଭାଉଛି। ହେଲେ ଏହା କୌଣସି ବ୍ୟାଙ୍କ ସହିତ ଜଡ଼ିତ ନୁହେଁ ବୋଲି ସେ ଦର୍ଶାଇଥିଲେ।

ଏହାପରେ ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଜଷ୍ଟିସ ଡିଏନ ପଟେଲ ଏବଂ ଜଷ୍ଟିସ ପ୍ରତୀକ ଜଲନ ଆରବିଆଇ ପାଖରୁ ଅଧିକ ବିବରଣୀ ମାଗିଥିଲେ ଜୁନ୍ ୨୦ରେ। ଏହାପରେ ଗୁରୁଲ ପେ ମଧ୍ୟ ପ୍ରତିକ୍ରିୟା ରଖିଛି। ଟେକ୍ନୋଲଜି ମାଧ୍ୟମରେ ଅନ୍ୟ ବ୍ୟାଙ୍କ ସହିତ ମିଶି ସେବା ପ୍ରଦାନ କରୁଥିବା ସଂସ୍ଥା ହେଉଛି ଗୁଗୁଲ୍ ପେ। ୟୁନାଇଫାଇଡ୍ ପେମେଣ୍ଟ ଇଣ୍ଟରଫେସ ମାଧ୍ୟମରେ ଗୁଗୁଲ୍ ପେ ପଇସା ଟ୍ରାନ୍ସଫର କରୁଛି। ୟୁପିଆଇ ଆପ୍ସ ଥାର୍ଡ ପାର୍ଟି ଆପ୍ସ ଭାବରେ ଚିହ୍ନଟ ହୋଇଛନ୍ତି। ଏମାନେ ପେମେଣ୍ଟ ସିଷ୍ଟମ ଅପରେଟର ନୁହନ୍ତି। ସେବା ପ୍ରଦାନ କରିବା ପାଇଁ ପେମେଣ୍ଟ ସିଷ୍ଟମ ଅପରେଟରର ଲାଇସେନ୍ସ ଆବଶ୍ୟକ ନାହିଁ। ଗୁଗୁଲର ମୁଖପାତ୍ର କହିଛନ୍ତି ଆରବିଆଇ କେଉଁଠି ବି କହି ନାହାନ୍ତି ଗୁଗୁଲ୍ ପେ ବେଆଇନ୍ ବୋଲି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe