Advertisment

ଆଦାନୀ ଗ୍ରୁପ୍ ହାତରେ ଗୋପାଳପୁର ବନ୍ଦର

ଏସପି ବା ସାପୁରଜୀ ପାଲୋଞ୍ଜୀ ଗ୍ରୁପର ୫୬ ପ୍ରତିଶତ ସେୟାର ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ୩୯ ପ୍ରତିଶତ ଅଂଶକୁ କିଣିଛି ଆଦାନୀ ଗ୍ରୁପ।

ଅଦ୍ୟତନ ହୋଇଛି
Adani Group

Adani Group

Advertisment

ଆଦାନୀ ଗ୍ରୁପ ହାତକୁ ଗଲା ଗୋପାଳପୁର ବନ୍ଦର। ଆଦାନୀ ପୋର୍ଟ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ ୩ ହଜାର ୮୦ କୋଟି ଟଙ୍କାରେ ଏହି ଚୁକ୍ତି କରିଛି। ଏସପି ବା ସାପୁରଜୀ ପାଲୋଞ୍ଜୀ ଗ୍ରୁପର ୫୬ ପ୍ରତିଶତ ସେୟାର ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ୩୯ ପ୍ରତିଶତ ଅଂଶକୁ କିଣିଛି ଆଦାନୀ ଗ୍ରୁପ।

Advertisment

୨୦୧୭ରେ ବନ୍ଦରର ଅଂଶଧନକୁ ଏସପି ଗ୍ରୁପ୍ କିଣିଥିଲା। ଗୋପାଳପୁର ବନ୍ଦରର କ୍ଷମତା ବର୍ଷକୁ ୨୦ ମିଲିୟନ ମେଟ୍ରିକ ଟନ ରହିଛି। ଖଣିଜ ପଦାର୍ଥ ପରିବହନରେ ଏହି ବନ୍ଦର ପୂର୍ବ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ବନ୍ଦରରୁ ଏନ-୧୬ ସହ ସହଜ ସରଳ ଯୋଗାଯୋଗ ମଧ୍ୟ ରହିଛି।

ଚେନ୍ନାଇ ଓ ହ୍ୱାୱଡାକୁ ଏହି ବନ୍ଦର ମାଧ୍ୟମରେ ପରିବହନ ଦକ୍ଷତା ରହିଛି ବୋଲି ଆଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି। ତେବେ ପୂର୍ବରୁ ଧାମରା ବନ୍ଦର ମଧ୍ୟ ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଛି। ସାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ଉପରେ ପ୍ରାୟ ୨୧,୦୦୦ କୋଟି ଟଙ୍କାର ଋଣ ରହିଛି। ସେହି ବୋଝ କମ୍ କରିବା ଲାଗି କମ୍ପାନି ବିଭିନ୍ନ ସମ୍ପତ୍ତି ବିକ୍ରି କରି ପାଣ୍ଠି ଯୋଗାଡ଼ କରିବା ଉପରେ ମନୋନିବେଶ କରିଛି। ସେହି ପ୍ରକ୍ରିୟାର ଏକ ଅଂଶସ୍ୱରୂପ କମ୍ପାନି ଗୋପାଳପୁର ବନ୍ଦରରେ ଥିବା ଅଂଶଧନ ବିକ୍ରି କରିଛି।

Advertisment
Adani Group Gopalpur Port
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe