Advertisment

୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!

ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।

author-image
Hemant Lenka
Income Tax

Income Tax

ବାର୍ଷିକ ୧୦.୫୦ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଟିକସ ଚାପରୁ ମିଳିପାରେ ଆଶ୍ୱସ୍ତି। କେନ୍ଦ୍ର ସରକାର ସେମାନଙ୍କ ଟିକସ ପାରିମାଣ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି। ମଧ୍ୟବିତ୍ତ ବର୍ଗର ଟିକସଦାତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ନୂଆ ନିୟମ ଆଣିବା ପାଇଁ ବିଚାର କରୁଥିବା ଜଣାପଡ଼ିଛି।

Advertisment

ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଜୀବନ ଧାରଣାର ଖର୍ଚ୍ଚ ଅଧିକ ହେଉଥିବା ବେଳେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ମଧ୍ୟ ଧିମେଇ ଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଟିକସ ବ୍ୟବସ୍ଥାରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।

ରୟଟର୍ସରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ଫେବୃଆରୀ ୧ରେ ନୂଅଆ ଟିକସ ସ୍ଲାବ ସମ୍ପର୍କରେ ଘୋଷଣା କରିବେ। ଯଦି ଏହା କାର୍ଯ୍ୟକାରୀ ହେବ, ତା’ହେଲେ ଲକ୍ଷାଧିକ ଲୋକ ଏହା ଦ୍ୱାରା ଲାଭବାନ ହେବେ। ବିଶେଷ କରି ସହରାଞ୍ଚଳର ଟିକସଦାତା ଉଚ୍ଚ ଦର ଯୋଗୁ ଭୋଗୁଥିବା ସମସ୍ୟାରୁ ମୁକୁଳି ପାରିବେ।

Advertisment

୨୦୨୦ରୁ ଲାଗୁ ହେଉଥିବା ଟିକସ ବ୍ୟବସ୍ଥା ଅନୁଯାୟୀ, ୩ ଲକ୍ଷରୁ ୧୦.୫୦ ଲକ୍ଷ ଯାଏ ଆୟ କରୁଥିବା ଲୋକଙ୍କୁ ୫ରୁ ୨୦% ଯାଏ ଟିକସ ଦେବାକୁ ପଡ଼ୁଛି। ସେହିପରି ଆୟ ୧୦.୫୦ ଲକ୍ଷ ହେଲେ ଟିକସ ପରିବାର ୩୦%କୁ ବଢ଼ି ଯାଉଛି। ତେଣୁ ଏହି ଟିକସ ପରିମାଣରୁ ହ୍ରାସ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।

ଏବେ ଟିକସଦାତାଙ୍କ ଆଗରେ ଆୟକର ଦେବା ପାଇଁ ଦୁଇଟି ବ୍ୟବସ୍ଥାର ବିକଳ୍ପ ରହିଛି। ଗୋଟିଏ ବ୍ୟବସ୍ଥା ଅନୁସାରେ, ଘର ଭଡ଼ା ଓ ବୀମା ପାଇଁ ଦେବାକୁ ପଡ଼ୁଥିବା ଟଙ୍କାକୁ ମଧ୍ୟ ଆୟରେ ମିଶାଇ ଟିକସ ରାଶିରୁ ବ୍ୟବସ୍ଥାରୁ ବାଦ ଦିଆଯାଉଛି। ଦ୍ୱିତୀୟ ବ୍ୟବସ୍ଥାରେ କମ ପରିମାଣ ଟିକସ ରହିଛି। କିନ୍ତୁ ଅଧିକାଂଶ ସେବାକୁ ଏଥିରୁ ବାଦ ଦିଆଯାଇଛି। 

ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସରକାର କିଛି ବି ଘୋଷଣା କରି ନାହାନ୍ତି। ଏହାର କେମିତି ରହିବ, ତା’ହା ମଧ୍ୟ ସ୍ପଷ୍ଟ ହୋଇନି। ତେବେ ୨୦୨୫ ବଜେଟର ଠିକ ପୂର୍ବରୁ ସରକାର ଏ ସମ୍ପର୍କରେ ନୀତି ଆଣିବେ ବୋଲି ଜଣାପଡ଼ିଛି।

Income Tax Budget 2025