Advertisment

ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ପିଆଜ ଦର ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ନୂଆ ପିଆଜ ବଜାରକୁ ଆସିବା ଯାଏ ଯେଉଁ ଦେଶରୁ ପିଆଜ ଆସୁଛି ସେହି ଦେଶର ବ୍ୟବସାୟୀମାନଙ୍କ ସହ ଯୋଗାଯୋଗ କରିବାକୁ ଭାରତୀୟ ହାଇ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମିତିକି ଆମଦାନୀ ଶୁଳ୍କ ଉପରେ ଉପରେ ସରକାର ରିହାତି ଦେଇଛନ୍ତି। ଖରିଫ ପିଆଜ, ମଣ୍ଡିରେ ପହଞ୍ଚିବା ଦର ଦାମ ସ୍ୱାଭାବିକ ହେବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି। […]

ଅଦ୍ୟତନ ହୋଇଛି
ପିିଆଜ ଦର ବଢ଼ୁଥିବା ଦେଖି କେନ୍ଦ୍ର ବଢ଼ାଇଲା କଟକଣା ଅବଧି

onion

Advertisment

ନୂଆଦିଲ୍ଲୀ: ପିଆଜ ଦର ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ନୂଆ ପିଆଜ ବଜାରକୁ ଆସିବା ଯାଏ ଯେଉଁ ଦେଶରୁ ପିଆଜ ଆସୁଛି ସେହି ଦେଶର ବ୍ୟବସାୟୀମାନଙ୍କ ସହ ଯୋଗାଯୋଗ କରିବାକୁ ଭାରତୀୟ ହାଇ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମିତିକି ଆମଦାନୀ ଶୁଳ୍କ ଉପରେ ଉପରେ ସରକାର ରିହାତି ଦେଇଛନ୍ତି। ଖରିଫ ପିଆଜ, ମଣ୍ଡିରେ ପହଞ୍ଚିବା ଦର ଦାମ ସ୍ୱାଭାବିକ ହେବ ବୋଲି ସରକାର ଆଶା ପ୍ରକଟ କରିଛନ୍ତି।

Advertisment

ତେବେ ସରକାରଙ୍କ ହଠାତ୍ ଏହି ନିଷ୍ପତ୍ତି ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଥିବା ଆକଳନ କରାଯାଉଛି। ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ରହିଥିବା ବେଳେ ବିହାର ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନ ବେଳେ ପିଆଜ ଦର ହୁ ହୁ ହୋଇ ବଢ଼ିବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ତେଣୁ ଡିସେମ୍ୱର ୧୫ ଯାଏ ଦର ନିୟନ୍ତ୍ରଣ ପାଇଁ ସରକାର ରୋଡ୍ ମ୍ୟାପ ପ୍ରସ୍ତୁତ କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଖୁଚୁରା ଦୋକାନରେ ପିଆଜ ମୂଲ୍ୟ କିଲୋ ପିଛା ପାଖାପାଖି ୮୦-୧୦୦ ଟଙ୍କା ରହିଛି। ଯାହାର ପ୍ରଭାବ ଲୋକଙ୍କ ପକେଟ ଉପରେ ପଡ଼ିବା ଆରମ୍ଭ କରିଛି। ପିଆଜର ଘରୋଇ ଯୋଗାଣ ବୃଦ୍ଧି ଏବଂ ମୂଲ୍ୟ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୧୫ ସୁଦ୍ଧା ଆମଦାନୀ ନିୟମରେ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ନିକଟରେ ସେପ୍ଟେମ୍ବର ୧୪ରେ ପିଆଜ ରପ୍ତାନି ଉପରେ ସରକାର ରୋକ୍ ଲଗାଇଛନ୍ତି। ବିଭିନ୍ନ ରାଜ୍ୟରେ ହୋଇଥିବା ଲଗାଣ ବର୍ଷା ଏବଂ ବନ୍ୟା ପାଇଁ ଗଚ୍ଛିତ ପିଆଜ ନଷ୍ଟ ହୋଇଯାଇଛି। ତେଣୁ ଦରଦାମ ବଢ଼ିଥିବା ସୂଚନା ରହିଛି। ଏହାରି ଭିତରେ ଖରିଫ ପିଆଜ ବଜାରକୁ ଆସିବା ପୂର୍ବରୁ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ପିଆଜ ଉପଲବ୍ଧ କରାଇବାକୁ ସରକାର ସୁନିଶ୍ଚିତ କରାଇଛନ୍ତି।

ଆହୁରି ପଢନ୍ତୁ : ବିପଦ ଆଣିଛି ମେସିନ୍, ପାଞ୍ଚ ବର୍ଷରେ ଯିବ ୮.୫ କୋଟି ଚାକିରି!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe