/odisha-reporter/media/post_attachments/uploadimage/library/16_9/16_9_0/IMAGE_1721736511.jpg)
Major Sectors
ପ୍ରତିରକ୍ଷା, ଗ୍ରାମୀଣ ବିକାଶ ଓ କର୍ମସ ଭଳି ୧୦ ପ୍ରମୁଖ କ୍ଷେତ୍ର ପାଇଁ ସରକାର ୧୫.୨୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ବଜେଟରେ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି ସାରିବା ପରେ ଅର୍ଥମନ୍ତ୍ରଣାଳୟ ଏ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିଛି।
ଉକ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ସରକାରଙ୍କ ମୋଟ ଖର୍ଚ୍ଚର ୨୧% ବିଭିନ୍ନ ରାଜ୍ୟଗୁଡ଼ିକର ଟିକସ ଭାବ ଓ ବକେୟା ବାବଦରେ ଦିଆଯିବ। ସେହିପରି ୧୯% ସୁଧ ଓ ୧୬ % ଅର୍ଥ କେନ୍ଦ୍ର ପ୍ରୟୋଜିତ ଯୋଜନା ବାବଦରେ ଖର୍ଚ୍ଚ ହେବ। ଏହାବାଦ ସବସିଡି, ପେନସନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ସକରାର ୧୯% ଅର୍ଥ ଖର୍ଚ୍ଚ କରିବେ।
ସରକାରଙ୍କ ରାଜସ୍ୱର ପ୍ରମୁଖ ଭାଗ ଋଣ ଓ ଅନ୍ୟାନ୍ୟ ଦେୟରୁ ଆସିବ। ଏହା ମୋଟ ଆୟର ୨୭%। ଆୟକରରୁ ସରକାର ୧୯%, ଜିଏସ୍ଟି ଓ ଅନ୍ୟ ଟିକସରୁ ୧୮% ଅର୍ଥ ପାଇବେ। କର୍ପୋରେସନରୁ ସରକାର ୧୭% ଅର୍ଥ ପାଇବାକୁ ଯୋଜନା କରିଛନ୍ତି।
ତେବେ କେଉଁ ୧୦ ପ୍ରମୁଖ କ୍ଷେତ୍ର ପାଇଁ ବଜେଟରେ କେତେ ଟଙ୍କାର ବ୍ୟବସ୍ଥା ହୋଇଛି?
ପ୍ରତିରକ୍ଷା: ଏହି କ୍ଷେତ୍ର ପାଇଁ ସରକାର ମୋଟ ବଜେଟର ୩୦% ଅର୍ଥ ବ୍ୟୟବରାଦ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରକୁ ୪.୫୪ ଲକ୍ଷ କୋଟି ଟଙ୍କା ମିଳିଛି। ଅନ୍ତରୀଣ ବଜେଟ ତୁଳନାରେ ଏହା କମ। କାରଣ ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୨୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ।
ଗ୍ରାମୀଣ ବିକାଶ:ଗତ ବର୍ଷ ତୁଳନାରେ ଗ୍ରାମୀଣ ବିକାଶ ପାଇଁ ବଜେଟ ପରିମାଣକୁ ସରକାର ହ୍ରାସ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି କ୍ଷେତ୍ର ପାଇଁ ୨.୬୬ ଲକ୍ଷ କୋଟି ଟଙ୍କା ମିଳିଛି। ଗତବର୍ଷ ଏହାର ପରିମାଣ ୫.୯୪ ଲକ୍ଷ କୋଟି ରହିଥିଲା। ଏହା ମଧ୍ୟରେ ଲୋକପ୍ରିୟ ମନରେଗା ଯୋଜନାର ଖର୍ଚ୍ଚ ରହିଛି। ୨୦୨୪ରେ ମନେରଗା ପାଇଁ ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଏଥର ଏହାକୁ ୮୬ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି।
କୃଷି ଓ କୃଷିଭିତ୍ତିକ କାର୍ଯ୍ୟ: ଏହି କ୍ଷେତ୍ରକୁ ୧.୫୨ ଲକ୍ଷ କୋଟି ଟଙ୍କା ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିରନ୍ତର ଅଭ୍ୟାସ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ କହିଛନ୍ତି। ଏହାମଧ୍ୟ ୧ କୋଟି ଚାଷୀଙ୍କୁ ଜୈବିକ ଚାଷ, ଡିଜିଟାଲ ଭିତ୍ତିଭୂମି ଓ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ସେ କହିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ: ଏହି ମନ୍ତ୍ରଣାଳୟ ପାଇଁ ବଜେଟରେ ୧.୫୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହା ମଧ୍ୟରୁ ଅଧିକାଂଶ ଅର୍ଥ କେନ୍ଦ୍ରୀୟ ପୁଲିସ୍ ଫୋର୍ସ ଯଥା- ସିଆରପିଏଫ, ବିଏସ୍ଏଫ ଓ ସିଆଇଏସଏଫ ପାଇଁ ଖର୍ଚ୍ଚ ହେବ। ଏଥିସହ ୪୨,୨୭୭ କୋଟି ଟଙ୍କା ଜମ୍ମୁ-କଶ୍ମୀର ପାଇଁ ଦିଆଯାଇଛି। ଏହାବାଦ ଆଣ୍ଡାମାନ ନିକୋବର ପାଇଁ ୫,୯୮୫ କୋଟି, ଚଣ୍ଡିଗଡ଼ ପାଇଁ ୫,୮୬୨ କୋଟି ଓ ଲଦାଖ ପାଇଁ ୫,୯୫୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।
ଶିକ୍ଷା: କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟକୁ ୧.୨୬ ଲକ୍ଷ କୋଟି ଟଙ୍କା ଦେବେ। ଏହାପରେ ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଯାଏ ଋଣ ଯୋଜନା ରହିଛି। ଅତିରିକ୍ତ ଭାବେ ସରକାର ସ୍କୁଲିଂ, ନିଯୁକ୍ତି ଓ କୌଶଳ ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।
ଆଇଟି ଓ ଟେଲିକମ: ଏହି ମନ୍ତ୍ରଣାଳୟ ପାଇଁ ବଜେଟରେ ୧.୧୬ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ୨୦୨୩-୨୪ ବଜେଟ ତୁଳନାରେ ଏହା ୨୪% ଅଧିକ। ସେହିପରି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ୨୨ ହଜାର କୋଟି ଟଙ୍କା ପାଇବ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ: ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସରକାର ୮୯,୨୮୭ କୋଟି ଟଙ୍କାର ବ୍ୟବସ୍ଥା ବଜେଟରେ ବ୍ୟବସ୍ଥା କରିଛି। ଏହା ଆର୍ଥିକ ବର୍ଷ ୨୦୨୪ ତୁଳନାରେ ସାମାନ୍ୟ ଅଧିକ। ୨୦୨୪ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ୮୮,୯୫୬ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା। ଚଳିତ ବର୍ଷ ସରକାର ଫାର୍ମାସିଟ୍ୟୁକାଲ ଶିଳ୍ପ ପାଇଁ ମଧ୍ୟ ୨,୧୪୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ଶକ୍ତି ମନ୍ତ୍ରଣାଳୟ: ବଜେଟରେ ଶକ୍ତି ମନ୍ତ୍ରଣାଳୟ ପାଇଁ ୬୮,୬୭୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହା ମଧ୍ୟରେ ନୂଆ ଓ ପୁନଃ ବ୍ୟବହାର ଯୋଗ୍ୟ ବିଜୁଳି କ୍ଷେତ୍ର ପାଇଁ ୧୯,୧୦୦ କୋଟି ରହିଛି। ଅନ୍ତରୀଣ ବଜେଟରେ ଏଥିପାଇଁ ୧୨,୮୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା। ଏହାବାଦ ସୋଲାର ପାୱାର ଗ୍ରୀଡ ପାଇଁ ମଧ୍ୟ ୮,୫୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଗତବର୍ଷର ବଜେଟ ତୁଳନାରେ ଏହା ୭୯% ଅଧିକ।
ସୌର ଶକ୍ତିକୁ ଅଧିକ ବଳ ଦେଇଛନ୍ତି କେନ୍ଦ୍ର ସରକାର। ଗତବର୍ଷ ସୌର ଶକ୍ତି କ୍ଷେତ୍ରକୁ ମାତ୍ର ୬,୦୪୨ କୋଟି ଟଙ୍କା ମିଳିଥିଲା। କିନ୍ତୁ ଏଥର ଏହାର ରାଶି ୧୬,୪୦୦ କୋଟିକୁ ବଢ଼ିଛି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସୋଲାର ସେଲ୍ସ ଓ ପ୍ୟାନେଲ୍ସ ନିର୍ମାଣ ହେଉଥିବା ଦ୍ରବ୍ୟ ଗୁଡ଼ିକ ଟିକସ ମୁକ୍ତ ହେବ। ଏହାଦ୍ୱାରା ୧ କୋଟି ପରିବାର ପ୍ରତି ମାସରେ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ପାଇବେ।
ସାମାଜିକ କଲ୍ୟାଣ: ଏହି କ୍ଷେତ୍ର ପାଇଁ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟରେ ମୋଟ ୫୬,୫୦୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
କର୍ମସ ଓ ଇଣ୍ଡଷ୍ଟ୍ରୀ: ଶିଳ୍ପର ବିକାଶ ଓ ନିଯୁକ୍ତି ଉପରେ ସରକାର ଫୋକସ କରିଛନ୍ତି। ଏଥିପାଇଁ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରଣାଳୟ ପାଇଁ ୪୭,୫୫୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
