Advertisment

ରୋଷେଇ ଗ୍ୟାସରୁ ସବସିଡ଼ି ହଟାଇଲେ ସରକାର!

ନୂଆଦିଲ୍ଲୀ: ମହଙ୍ଗା ହେଲା ରୋଷେଇ ଗ୍ୟାସ ସିଲିଣ୍ଡର। କାରଣ ସିଲିଣ୍ଡର ପିଛା ସରକାର ଯେଉଁ ସବସିଡି ଡିବିଟି ଜରିଆରେ ଦେଉଥିଲେ ତାହା ଆଉ ଦେଉନାହାନ୍ତି। କାରଣ ସରକାର ଏବେ ସବସିଡି ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ସେପ୍ଟେମ୍ବର ୧ ସୁଦ୍ଧା ସବସିଡିଯୁକ୍ତ ଏବଂ ସବସିଡି-ରହିତ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସର ଦାମ ପାଖାପାଖି ସମାନ ୫୯୪ ଟଙ୍କା ରହିଛି। କରୋନା ମହାମାରୀ ବେଳେ ସବସିଡି ଏବଂ ଅଣ ସବସିଡି ଗ୍ୟାସର ଦାମ ପାଖାପାଖି ହେବା ପରେ ସରକାର ଗତ […]

ଅଦ୍ୟତନ ହୋଇଛି
ରୋଷେଇ ଗ୍ୟାସରୁ ସବସିଡ଼ି ହଟାଇଲେ ସରକାର!

lpg_cylinder

Advertisment

ନୂଆଦିଲ୍ଲୀ: ମହଙ୍ଗା ହେଲା ରୋଷେଇ ଗ୍ୟାସ ସିଲିଣ୍ଡର। କାରଣ ସିଲିଣ୍ଡର ପିଛା ସରକାର ଯେଉଁ ସବସିଡି ଡିବିଟି ଜରିଆରେ ଦେଉଥିଲେ ତାହା ଆଉ ଦେଉନାହାନ୍ତି। କାରଣ ସରକାର ଏବେ ସବସିଡି ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ସେପ୍ଟେମ୍ବର ୧ ସୁଦ୍ଧା ସବସିଡିଯୁକ୍ତ ଏବଂ ସବସିଡି-ରହିତ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସର ଦାମ ପାଖାପାଖି ସମାନ ୫୯୪ ଟଙ୍କା ରହିଛି। କରୋନା ମହାମାରୀ ବେଳେ ସବସିଡି ଏବଂ ଅଣ ସବସିଡି ଗ୍ୟାସର ଦାମ ପାଖାପାଖି ହେବା ପରେ ସରକାର ଗତ ଚାରିମାସ ହେବ ହିତାଧିକାରୀଙ୍କ ଆକାଉଣ୍ଟକୁ କୌଣସି ନଗଦ ଟଙ୍କା ଟ୍ରାନ୍ସଫର କରି ନଥିବା ଜଣାପଡ଼ିଛି।

Advertisment

କରୋନା ବେଳେ ଦେଶର ଅର୍ଥନୀତିକ ସ୍ଥିତି ଭୁଶୁଡ଼ି ପଡ଼ିଥିବା ବେଳେ ସବସିଡି ନଦେଇ ସରକାର ଚଳିତ ଆର୍ଥିକ ବର୍ଷରେ ୨୦,୦୦୦ କୋଟିରୁ ଅଧିକ ଟଙ୍କା ବଞ୍ଚାଇ ପାରିବେ। ସରକାର ୨୦୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲିୟମ ସବସିଡି ଭାବରେ ୪୦,୯୧୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଗତ ଆର୍ଥିକ ବର୍ଷରେ ସରକାର ୩୮,୫୬୯ କୋଟି ଟଙ୍କା ଆବଣ୍ଟନ କରିଥିଲେ। ଏବେର ଆବଣ୍ଟନ ମୂଲ୍ୟ ପୂର୍ବ ତୁଳନାରେ ୬% ବୃଦ୍ଧି ହୋଇଛି। ତେବେ ଚଳିତ ଆର୍ଥିକ ବର୍ଷ ପାଇଁ ଏଲପିଜି ସବସିଡି ୩୭,୨୫୬.୨୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ପ୍ରଥମ ତ୍ରୟମାସର ମୋଟ ସବସିଡିରୁ ପ୍ରାୟ ୧,୯୦୦ କୋଟି ଟଙ୍କା ସରକାର ସଞ୍ଜୟ କରିବାକୁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, ପେଟ୍ରୋଲିୟମ ସାମଗ୍ରୀର ଦାର ଦାମ ବିଶ୍ୱ ବଜାରରେ କମିବା ପଛରେ ବିଶ୍ୱ ତୈଳ ବଜାର ମୁଖ୍ୟତ ଦାୟୀ ବୋଲି କୁହାଯାଉଛି। ହେଲେ ତେଲ କମ୍ପାନୀଗୁଡିକ ସବସିଡିଯୁକ୍ତ ରନ୍ଧନ ଗ୍ୟାସର ମୂଲ୍ୟ ଏବେ ୫୯୪ ଟଙ୍କାକୁ ବଢ଼ାଇଛନ୍ତି। ପୂର୍ବ ବର୍ଷ ଜୁଲାଇରେ ସିଲିଣ୍ଡର ଦାମ କିନ୍ତୁ ୪୯୪.୩୫ ଥିଲା। ଯଦି ଏହି ବୃଦ୍ଧି ହୋଇନଥାନ୍ତା, ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଶସ୍ତା ରହିଥାନ୍ତା।

Advertisment

ଭାରତରେ ପ୍ରାୟ ୨୭.୭୬ କୋଟି ଏଲପିଜି ଗ୍ରାହକ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ୧.୫ କୋଟି ଡିସେମ୍ବର ୨୦୧୬ ଠାରୁ ଏଲପିଜି ସବସିଡି ପାଇବାକୁ ଯୋଗ୍ୟ ନୁହଁନ୍ତି। କାରଣ ସେମାନଙ୍କର ବାର୍ଷିକ ଟିକସଯୋଗ୍ୟ ଆୟ ୧୦ ଲକ୍ଷରୁ ଅଧିକ ରହିଛି।

ଏଥିରୁ ପ୍ରାୟ ୨୬.୧୨ କୋଟି ଗ୍ରାହକ ଡିବିଟି ଯୋଜନା ଜରିଆରେ ସବସିଡି ପାଉଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ ୧୮ କୋଟି ଗ୍ରାହକ ସବସିଡି ପାଇନାହାନ୍ତି। ସରକାର ଏବେ କେବଳ ଗରିବ ଲୋକଙ୍କୁ ସବସିଡି ଯୋଗାଇବା ଉପରେ ଧ୍ୟାନ ଦେଉଛନ୍ତି। କୋଭିଡ ମହାମାରୀ ସମୟରେ ତିନୋଟି ମାଗଣା ଏଲପିଜି ସିଲିଣ୍ଡର ନେବାକୁ ଥିବା ପ୍ରାୟ ୮ କୋଟି ହିତାଧିକାରୀଙ୍କ ଆକାଉଣ୍ଟରେ ୯୭୦୯.୮୬ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।

ଗତ କିଛି ମାସ ହେବ ସରକାର ସବସିଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛନ୍ତି। ଏହି ସବସିଡି ଟଙ୍କାକୁ ସରକାର କଲ୍ୟାଣମୂଳକ କାର୍ଯ୍ୟରେ ଖର୍ଚ୍ଚ କରୁଥିବା ସୂଚନା ରହିଛି।

News In Odia Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe