Advertisment

୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର

ନୂଆଦିଲ୍ଲୀ: ମାସିକ ରାଜସ୍ୱ ନିଅଣ୍ଟ ଅନୁଦାନର କିସ୍ତି ଭାବରେ କେନ୍ଦ୍ର ସରକାର ୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ, ସେପ୍ଟେମ୍ବର ୧୦, ୨୦୨୦ ରେ ୧୪ଟି ରାଜ୍ୟର ଭାଗ ବାଣ୍ଟିଥିଲେ। ଏହା ପରେ ରାଜସ୍ୱ ନିଅଣ୍ଟ ଅନୁଦାନ ବାବଦକୁ ଷଷ୍ଠ ସମାନ ମାସିକ କିସ୍ତି ଭାବରେ କେନ୍ଦ୍ର ସରକାର ୬,୧୯୫.୦୮ କୋଟି ଟଙ୍କା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଜୁନ୍‌ ୩୦ ଯାଏ ବଢ଼ିଲା ଇନ୍‌କମ୍‌ ଟ୍ୟାକ୍ସ ଫାଇଲିଂ ଏବଂ ଆଧାର-ପାନ୍‌ ଲିଙ୍କ ଅବଧି

Nirmala

ନୂଆଦିଲ୍ଲୀ: ମାସିକ ରାଜସ୍ୱ ନିଅଣ୍ଟ ଅନୁଦାନର କିସ୍ତି ଭାବରେ କେନ୍ଦ୍ର ସରକାର ୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ, ସେପ୍ଟେମ୍ବର ୧୦, ୨୦୨୦ ରେ ୧୪ଟି ରାଜ୍ୟର ଭାଗ ବାଣ୍ଟିଥିଲେ। ଏହା ପରେ ରାଜସ୍ୱ ନିଅଣ୍ଟ ଅନୁଦାନ ବାବଦକୁ ଷଷ୍ଠ ସମାନ ମାସିକ କିସ୍ତି ଭାବରେ କେନ୍ଦ୍ର ସରକାର ୬,୧୯୫.୦୮ କୋଟି ଟଙ୍କା ପ୍ରକାଶ କରିଛନ୍ତି।

Advertisment

୧୫ଶ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଏହି ରାଶି ପ୍ରଦାନ କରାଯାଇଛି। ଏହି ପରିମାଣ ରାଜ୍ୟଗୁଡ଼ିକୁ କରୋନା ସଙ୍କଟ ସମୟରେ ଅତିରିକ୍ତ ସମ୍ବଳ ସଂଗ୍ରହ କରିବାରେ ସାହାଯ୍ୟ କରିବ।

https://twitter.com/nsitharamanoffc/status/1304263070575996929

୧୪ଟି ରାଜ୍ୟର ଭାଗ ବଣ୍ଟା ହେବା ପରେ ରାଜସ୍ୱ ଅଭାବ ଅନୁଦାନର ମାସିକ କିସ୍ତି ପ୍ରକାଶ ପାଇଥିଲା। ଯେଉଁ ୧୪ଟି ରାଜ୍ୟକୁ ସରକାର ଏହି ଟଙ୍କା ଦେଇଛନ୍ତି ସେଗୁଡ଼ିକ ହେଲା ମଧ୍ୟରେ ହିମାଚଳ ପ୍ରଦେଶ, କେରଳ, ମଣିପୁର, ଆନ୍ଧ୍ରପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ ଏବଂ ତ୍ରିପୁରା ଅନ୍ତର୍ଭୁକ୍ତ।

Advertisment

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ସମାନ ପରିମାଣର ଅନୁଦାନ କେନ୍ଦ୍ର ସରକାର ପ୍ରଦାନ କରିଥିଲେ। ରାଜ୍ୟଗୁଡିକର ରାଜସ୍ୱ କ୍ଷତିର ଭରଣା ପାଇଁ ଅର୍ଥ ଆୟୋଗ କେନ୍ଦ୍ରକୁ ଏହି ଅନୁଦାନ ପ୍ରଦାନ କରିଥାଏ। କେନ୍ଦ୍ରୀୟ ଟିକସରେ ରାଜ୍ୟ ଗୁଡ଼ିକୁ ବାଣ୍ଟିବା ପରେ ଏହାକୁ ରାଜସ୍ୱ ନିଅଣ୍ଟ ଅନୁଦାନ ବୋଲି କୁହାଯାଏ।