Advertisment

ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!

ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।

Silver

Silver

Advertisment

ସୁନା ଭଳି ଏବେ ରୁପାର ମଧ୍ୟ ରହିଛି ଢ଼େର ଚାହିଦା। ଅଳଙ୍କାର ଠାରୁ ଆରମ୍ଭ କରି ଉପହାର ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି। ଅନେକ ଗ୍ରାହକ ରୂପାର ପାଉଁଜି, କମରବନ୍ଦ ଓ ହାତରେ ବ୍ରେସଲେଟ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। ତେବେ ଅନେକ ଥର ଲୋକେ ରୁପାର କ୍ୱାଲିଟିକୁ ନେଇ ପ୍ରଶ୍ନ ଉଠାନ୍ତି। ସେମାନେ ଜାଣି ପାରନ୍ତିନାହିଁ ଯେ, ଏହା ଅସଲି ନା ନକଲି। ଏବେ ଏହି ଦ୍ୱନ୍ଦ୍ୱକୁ ଦୂର କରବା ପାଇଁ ବିଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ।

Advertisment

ସୁନା ଭଳି ଏବେ ରୁପାରେ ମଧ୍ୟ ହଲ୍‌ମାର୍କିଂ ବାଧ୍ୟତାମୂଳକ ହେବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭାରତୀୟ ମାନକ ବ୍ୟୁରୋକୁ ପ୍ରସ୍ତାବ ଦେଇଛନ୍ତି। ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ଠକାମିରେ ପଡ଼ିବେନି। ହଲମାର୍କିଂ ପାଇଁ ୩ରୁ ୬ ମାସ ମଧ୍ୟରେ ବିଆଇଏସ୍‌ ପ୍ରସ୍ତୁତ ହୋଇପାରିବ। ଏଥିପାଇଁ ଅଂଶୀଦାରମାନଙ୍କ ସହ ବିଚାରବିମର୍ଶ ଚାଲିଛି।

ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ ରୂପାର ହଲମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ରୂପାର ହଲମାର୍କିଂ କରିବାକୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟ କେତେକ ରାଜ୍ୟର ଗ୍ରାହକ ଦାବି କରିଥିବା ମନ୍ତ୍ରୀ କହିଛନ୍ତି।

Advertisment

ବିଆଇଏସର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ରୂପାର ହଲମାର୍କିଂ ହେଉଛି ଗ୍ରାହକଙ୍କ ଦାବି । ବିଆଇଏସ୍‌ ଏହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରେ। ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି। ଏଥି‌ରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍‌ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛି। ରୁପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଠକାମିର ଶିକାର ହେବାଠାରୁ ବର୍ତ୍ତିପାରିବେ।

Hallmarking For Silver Silver
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe