Advertisment

ପୁଣି ୨ ଟଙ୍କା ବଢ଼ିଲା ଗୋବର୍ଦ୍ଧନ ବ୍ରାଣ୍ଡ କ୍ଷୀରର ଦାମ

ନୂଆ ଦର ଲାଗୁ ହେବା ପରେ ଗୋବର୍ଦ୍ଧନ ଗୋଲ୍ଡ ଭାରିଆଣ୍ଟର ଲିଟର ପିଛା ଦାମ ୫୪ ଟଙ୍କାରୁ ବଢ଼ି ୫୬ ଟଙ୍କାରେ ପହଞ୍ଚିଛି।

Gowardhan

Gowardhan

Advertisment

ଗୋବର୍ଦ୍ଧନ ବ୍ରାଣ୍ଡର କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଛି। କମ୍ପାନୀ ପକ୍ଷରୁ ଫେବୃଆରୀ ୨ରୁ ବର୍ଦ୍ଧିତ ଦାମରେ କ୍ଷୀର ବିକ୍ରି କରାଯାଉଛି। ନୂଆ ଦର ଲାଗୁ ହେବା ପରେ ଗୋବର୍ଦ୍ଧନ ଗୋଲ୍ଡ ଭାରିଆଣ୍ଟର ଲିଟର ପିଛା ଦାମ ୫୪ ଟଙ୍କାରୁ ବଢ଼ି ୫୬ ଟଙ୍କାରେ ପହଞ୍ଚିଛି।

Advertisment

ମାସକ ମଧ୍ୟରେ କମ୍ପାନୀ ଦ୍ୱିତୀୟ ଥର ପାଇଁ ଏପରି ଦର ବୃଦ୍ଧି କରିଛି। ମୁମ୍ବାଇରେ ଗୋବର୍ଦ୍ଧନ ପକ୍ଷରୁ ଦୈନିକ ୨.୫ ଲକ୍ଷ ଲିଟର ଗାଈ କ୍ଷୀର ଲୋକଙ୍କୁ ବିକ୍ରି କରାଯାଉଛି। ତେଣୁ ଏପରି ଦର ବୃଦ୍ଧି ଗୋବର୍ଦ୍ଧନ କ୍ଷୀର ନେଉଥିବା ଲୋକଙ୍କ ବଜେଟକୁ ପ୍ରଭାବିତ କରିଛି।

ପରାଗ ମିଲ୍କ ଫୁଡ୍ସର ଅଧ୍ୟକ୍ଷ ଦେବେନ୍ଦ୍ର ଶାହ କହିଛନ୍ତି, କମ୍ପାନୀ ବାଧ୍ୟ ହୋଇ ଏପରି ଦରବୃଦ୍ଧି କରିଛି। ବିଜୁଳି, ପ୍ୟାକେଜିଂ, ଲଜିଷ୍ଟିକ ଓ ଗୋ ଖାଦ୍ୟର ଦାମ ବୃଦ୍ଧି ପାଇଛି। ତେଣୁ ପୂରା ବ୍ୟବସାୟ ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବି ବଢ଼ିଛି। ତେଣୁ ଏହାକୁ ଭରଣ କରିବା ପାଇଁ କମ୍ପାନୀ କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ବୃଦ୍ଧି କରିଛି। ମାର୍କେଟ ସ୍ଥିତି ଓ ଅନ୍ୟ ବ୍ରାଣ୍ଡର କ୍ଷୀରର ଦାମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

Advertisment
Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe