Advertisment

ମହଙ୍ଗା ଭତ୍ତା ବୃଦ୍ଧିର ପ୍ରଭାବ: ବଢ଼ିଲା ଗ୍ରାଚୁଇଟି ସୀମା

ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ଲାଭବାନ ହୋଇଛନ୍ତି।

ଅଦ୍ୟତନ ହୋଇଛି
DA

DA

Advertisment

କେନ୍ଦ୍ର ସରକାର ନିକଟରେ ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଥିଲେ। ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦%ରେ ପହଞ୍ଚି ଯାଇଥିଲା। ଏପରି ମହଙ୍ଗା ଭତ୍ତା ବୃଦ୍ଧିର ସକାରାତ୍ମକ ପ୍ରଭାବ ଅବସରପ୍ରାପ୍ତ ଗ୍ରାଚୁଇଟି  ସମେତ ଏକାଧିକ ଭତ୍ତା ଉପରେ ପଡ଼ିଛି।

Advertisment

ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ଲାଭବାନ ହୋଇଛନ୍ତି। ୨୦୨୪ ମେ’ ୩୦ରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ସୁପରିସକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବାରୁ ଅବସରପ୍ରାପ୍ତ ଗ୍ରାଚୁଇଟି ଓ ମୃତ୍ୟୁକାଳୀନ ଗ୍ରାଚୁଇଟିର ସୀମା ମଧ୍ୟ ବୃଦ୍ଧି ପାଇଛି।

Central Civil Services (Pension) Rules, 2021 ଓ the Central Civil Services (Payment of Gratuity under National Pension System) Rules, 2021 ବଳରେ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି।

Advertisment

ଏହାର ଅର୍ଥ ଅବସରପ୍ରାପ୍ତ ଗ୍ରାଚୁଇଟି ଓ ମୃତ୍ୟୁକାଳୀନଗ୍ରାଚୁଇଟିର ସୀମା ୨୫% ବୃଦ୍ଧି ପାଇଛି। ପୂର୍ବରୁ ଏପରି କ୍ଷେତ୍ରରେ ୨୦ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୨୫ ଲକ୍ଷ ଟଙ୍କା ମିଳିବ। ଏହା ପିଛିଲା ଭାବେ ୨୦୨୪ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ।

ସମାନ ଘୋଷଣା ପୂର୍ବରୁ ୨୦୨୪ ଏପ୍ରିଲ ୩୦ରେ କରାଯାଇଥିଲା। କିନ୍ତୁ ମେ’ ୭ରେ ଏହାକୁ ଅସ୍ଥାୟୀ ରୂପ ବନ୍ଦ କରି ଦିଆଯାଇଥିଲା। ହେଲେ ଏବେ ପୁଣିଥରେ ନୂଆ ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି।

ଗ୍ରାଚୁଇଟି ଯୋଗଦାନ (ସଂଶୋଧନ) ଅଧିନିୟମ ୨୦୧୮କୁ ସେହି ବର୍ଷ ମାର୍ଚ୍ଚ ୨୯ରେ ଲାଗୁ କରାଯାଇଥିଲା। ଏହି ବିଲ ୨୦୧୮ ମସିହା ମାର୍ଚ୍ଚ ୧୫ରେ ଲୋକସଭା ଓ ମାର୍ଚ୍ଚ ୨୨ରେ ରାଜ୍ୟସଭାରେ ପାସ୍‌ ହୋଇଥିଲା। ଏହାପରେ ମାର୍ଚ୍ଚ ୨୯ରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।

ପେମେଣ୍ଟ ଅଫ୍ ଗ୍ରାଚୁଇଟି ଆକ୍ଟ ୧୯୭୨ ସେହିମାନଙ୍କ କ୍ଷେତ୍ରରେ ଲାଗୁ ହୋଇଥାଏ, ଯେଉଁ କମ୍ପାନୀରେ ୧୦ କିମ୍ବା ତା’ ଠାରୁ କିମ୍ବା ଅଧିକ ଲୋକ କାମ କରନ୍ତି। ଏହି ଆଇନ ପ୍ରଣୟନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଅବସର ପରେ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା।

ପୂର୍ବରୁ ଗ୍ରାଚୁଇଟି ପରିମାଣର ସର୍ବାଧିକ ୧୦ ଲକ୍ଷ ଟଙ୍କା ରହିଥିଲା। ତେବେ ସପ୍ତମ ବେତନ କମିଶନଙ୍କ ସୁପାରିସ କ୍ରମେ ଏହାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଗ୍ରାଚୁଇଟି ଆକ୍ଟ ୧୯୭୨ ମଧ୍ୟ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।

DA Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe