/odisha-reporter/media/post_attachments/uploadimage/library/16_9/16_9_0/H2_1714819536.jpg)
H2
ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପ କରିବ ଗୁରୁଗ୍ରାମ ଭିତ୍ତିକ ହାଇଜେନକୋ ଗ୍ରୀନ୍ ଏନର୍ଜୀ। ଟାଟା ଷ୍ଟିଲ ଏସ୍ଇଜେଡର ଗୋପାଳପୁର ଶିଳ୍ପ ପାର୍କରେ ସ୍ଥାପନ କରିବ ୧ ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ। ଏଥିପାଇଁ ୧୦୦ କୋଟି ଡଲାର ନିବେଶ କରିବ ହାଇଜେନକୋ ଗ୍ରୀନ୍। ଏନେଇ ଶୁକ୍ରବାର ଟାଟା ଷ୍ଟିଲ ଏସ୍ଇଜେଡ ଓ ହାଇଜେନକୋ ମଧ୍ୟରେ ବୁଝମଣାପତ୍ର ସ୍ୱାକ୍ଷର ହୋଇଯାଇଛି।
Advertisment
ବୁଝମଣାପତ୍ର ସ୍ୱାକ୍ଷର ପରେ ଟାଟା ଷ୍ଟିଲ ଏସ୍ଇଜେଡର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି, ହାଇଜେନକୋ ସହ ବୁଝାମଣାପତ୍ର ପରେ ଗୋପାଳପୁର ଶିଳ୍ପ ପାର୍କରେ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ ଆମୋନିଆ ଉତ୍ପାଦନ କ୍ଷମତା ବାର୍ଷିକ ପ୍ରାୟ ୨.୬ ମିଲିୟନ ଟନରେ ପହଞ୍ଚିଛି। ଯାହା ଶିଳ୍ପ ପାର୍କକୁ ଦେଶର ଅଗ୍ରଣୀ ହାଇଡ୍ରୋଜେନ ଓ ଆମୋନିଆ ହବ ଭାବେ ସୁଦୃଢ଼ କରିଛି ବୋଲି ଶ୍ରୀ ନାୟକ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
