Advertisment

ଜିଏସ୍‌ଟି ଆଦାୟ ୧୫% କମିଲା, ମେ’ ମାସରେ କେତେ ଟଙ୍କା ସଂଗ୍ରହ ହୋଇଛି

ନୂଆଦିଲ୍ଲୀ: ମେ’ ମାସରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଛି। ଗତ ମାସରେ ପୂରା ଦେଶରୁ ମୋଟ ୧,୪୦,୮୮୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। କିନ୍ତୁ ଏହା ଏପ୍ରିଲ ତୁଳନାରେ ଏହା ୧୫% କମ। ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ମାର୍ଚ୍ଚ ମାସରେ ୧,୪୨,୦୯୫ କୋଟି ଟଙ୍କା ଓ ଜାନୁଆରୀରେ ୧,୪୦,୯୮୬ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ଆକାରରେ ମିଳିଥିଲା। ଜାନୁଆରୀ ମାସର ଜିଏସ୍‌ଟି ସଂଗ୍ରହ […]

ଜିଏସଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର !

GST

Advertisment

ନୂଆଦିଲ୍ଲୀ: ମେ’ ମାସରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଛି। ଗତ ମାସରେ ପୂରା ଦେଶରୁ ମୋଟ ୧,୪୦,୮୮୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। କିନ୍ତୁ ଏହା ଏପ୍ରିଲ ତୁଳନାରେ ଏହା ୧୫% କମ। ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ମାର୍ଚ୍ଚ ମାସରେ ୧,୪୨,୦୯୫ କୋଟି ଟଙ୍କା ଓ ଜାନୁଆରୀରେ ୧,୪୦,୯୮୬ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ଆକାରରେ ମିଳିଥିଲା।

Advertisment

ଜାନୁଆରୀ ମାସର ଜିଏସ୍‌ଟି ସଂଗ୍ରହ ସେତେବେଳେ ନୂଆ ରେକର୍ଡ କରିଥିଲା। ହେଲେ ମାର୍ଚ୍ଚ ମାସର ଜିଏସ୍‌ଟି ସଂଗ୍ରହ ଏହି ରେକର୍ଡକୁ ଭାଙ୍ଗି ଥିଲା। ସେହିପରି ଏପ୍ରିଲରେ ପୁଣି ରେକର୍ଡ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ଏହି ଟ୍ରେଣ୍ଡୁରୁ ଲାଗୁଥିଲା ଯେ ମେ’ରେ ମଧ୍ୟ ୧.୬୦ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ ହେବ। ହେଲେ ମା’ ମାସରେ ଜିଏସ୍‌ଟି ସଂଗ୍ରହ ଆଶାନୁଯାୟୀ ହୋଇ ନାହିଁ।

ବୁଧବାର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟକୁ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ମେ’ ମାସର ଜିଏସ୍‌ଟି ପରିମାଣ ୨୦୨୧ ମେ’ ମାସ ଠାରୁ ୪୪% ଅଧିକ। ୨୦୨୧ ମେ’ ମାସରେ ଜିଏସ୍‌ଟି ପରିମାଣ ମାତ୍ର ୯୭,୮୨୧ କୋଟି ଟଙ୍କା ଥିଲା। ଚଳିତ ମେ’ ମାସରେ ୧,୪୦,୮୮୫ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ଆସିଛି।

Advertisment

ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୨୫,୦୩୬ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୩୨,୦୦୧ କୋଟି। ସେହିପରି ଆଇଜିଏସଟିର ପରିମାଣ ୭୩,୩୪୫ କୋଟି ଟଙ୍କା। ଏହା ମଧ୍ୟରେ ଆମଦାନୀ ଜିଏସଟିର ପରିମାଣ ୩୭,୪୬୯ କୋଟି ରହିଛି। ଏହାବାଦ ବିଭିନ୍ନ ଦ୍ରବ୍ୟରେ ଲାଗୁଥିବା ସେସରୁ ୧୦,୫୦୨ କୋଟି ଟଙ୍କା ଆଦାୟ କରାଯାଇଛି। ଏହାକୁ ମିଶାଇ କ୍ରମାଗତ ୪ର୍ଥ ଥର ପାଇଁ ଜିଏସ୍‌ଟି ରାଜସ୍ୱ ୧.୪୦ ଲକ୍ଷ କୋଟି ଟଙ୍କା ଉପରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe