/odisha-reporter/media/post_attachments/uploads/2021/12/GST.jpg)
GST
ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି। ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଗତ ଜାନୁଆରୀରେ ସର୍ବାଧିକ ଜିଏସଟି ଆଦାୟର ରେକର୍ଡ ରହିଥିଲା । ସେହି ମାସରେ ୧.୪୦ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଥିଲା ।
Advertisment
ଜାଲ ବିଲ ପ୍ରସ୍ତୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜିଏସଟି ଆଦାୟରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତ୍ତିରେ ଦର୍ଶାଯାଇଛି।
ଏହିବର୍ଷ ମାର୍ଚ୍ଚରେ ଆଦାୟ ହୋଇଥିବା ଜିଏସଟି ଗତବର୍ଷ ଏହି ସମୟରେ ଆଦାୟ ହୋଇଥିବା ଶୁଳ୍କଠୁ ୧୫ ପ୍ରତିଶତ ଅଧିକ । ସେହିଭଳି ୨୦୨୦ ଅପେକ୍ଷା ପ୍ରାୟ ୪୬ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ସେପଟେ ଏଥରକୁ ମିଶାଇ ଲଗାତର ଷଷ୍ଠ ଥର ପାଇଁ ପ୍ରତିମାସରେ ଜିଏସଟି ସଂଗ୍ରହ ୧.୩୦ ଲକ୍ଷ କୋଟି ଉପରେ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
