Advertisment

ଏଣିକି ୨୦୦୦ ଟଙ୍କା ଦେଣନେଣରେ ପେମେଣ୍ଟ ଏଗ୍ରିଗେଟର ଉପରେ ଲାଗିବ ୧୮% GST!

ସେପ୍ଟେମ୍ବର ୯ରେ ବସିବାକୁ ଥିବା GST ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବ।

author-image
Debibandita Barick
ଅଦ୍ୟତନ ହୋଇଛି
Phone

Phone

ଏଣିକି ୨୦୦୦ ଟଙ୍କା ଦେଣନେଣରେ ଲାଗିବ GST! ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ଆଲୋଚନା ଚାଲିଛି। ଦ୍ରବ୍ୟ ଓ ସେବା କର (GST) ପରିଷଦ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଡିଜିଟାଲ କାରବାର ପାଇଁ ପେମେଣ୍ଟ ଏଗ୍ରିଗେଟର (PA) ବା ପେମେଣ୍ଟ ସଂଗ୍ରହକାରୀଙ୍କ ଉପରେ ୧୮% GST ଲାଗୁ କରିବାକୁ ବିଚାର ବିମର୍ଶ କରୁଛି।

Advertisment

ରିପୋର୍ଟ ଅନୁସାରେ, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାର ଉପରେ ଏହି ପ୍ରସ୍ତାବିତ ଟ୍ୟାକ୍ସ ଲାଗୁ କରାଯିବ। ସେପ୍ଟେମ୍ବର ୯ରେ ବସିବାକୁ ଥିବା GST ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବ।

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ଅଧିକାରୀଙ୍କୁ ନେଇ GST ଫିଟମେଣ୍ଟ କମିଟି ପରାମର୍ଶ ଦେଇଛି ଯେ, ପେମେଣ୍ଟ ଏଗ୍ରିଗେଟର (PA)କୁ ଏହି ଉପାୟରେ ଟିକସ ଦିଆଯାଉ। କମିଟି ଯୁକ୍ତି କରିଛି ଯେ, ବ୍ୟାଙ୍କଗୁଡିକ ତୁଳନାରେ ପେମେଣ୍ଟ ଏଗ୍ରିଗେଟରମାନେ କାର୍ଡ କାରବାରରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରନ୍ତି, ତେଣୁ ତାହା GSTର ଅଧୀନ ହେବା ଉଚିତ୍।

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୫୪ତମ ବୈଠକରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଯଦି GST ପରିଷଦ ପ୍ରସ୍ତାବିତ ପରିବର୍ତ୍ତନ ସହ ଆଗକୁ ବଢିବାକୁ ନିଷ୍ପତ୍ତି ନିଏ, ତେବେ ଦୈନନ୍ଦିନ କାରବାର କରୁଥିବା ଛୋଟ ବ୍ୟବସାୟୀମାନେ ପ୍ରଭାବିତ ହୋଇପାରନ୍ତି। କାରଣ ଏହା ଲେଣଦେଣ ମାଧ୍ୟମ ଏବଂ କ୍ଷୁଦ୍ର ବ୍ୟବସାୟ ମାଲିକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବ ବୋଲି ଆଶଙ୍କା କରାଯାଉଛି।

ସମ୍ପ୍ରତି, ପେମେଣ୍ଟ ଏଗ୍ରିଗେଟର୍ସ ବ୍ୟବସାୟୀଙ୍କୁ ପ୍ରତି କାରବାରରେ ୦.୫%ରୁ ୨% ଚାର୍ଜ ଦେବାକୁ ପଡୁଛି। ଯଦି GST ଲାଗୁ ହୁଏ, ତେବେ ବ୍ୟବସାୟୀଙ୍କୁ ଅତିରିକ୍ତ କର ଦେବାକୁ ପଡିବ, ଯାହା ଦ୍ୱାରା ସେମାନଙ୍କ ଖର୍ଚ୍ଚ ବଢିବାର ଆକଳନ କରାଯାଉଛି।   

GST Payment Aggregators Transaction GST Council