Advertisment

ତରଳ ଗୁଡ଼, ପେନସିଲ କଟର ଓ ଟ୍ରାକିଂ ଯନ୍ତ୍ରାଂଶ ଉପରୁ କମିଲା ଜିଏସ୍‌ଟି

ତରଳ ଗୁଡ଼(ଲିକ୍ୟୁଇଡ ଜାଗେରୀ) ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ। ପୂର୍ବରୁ ଏହା ଉପରେ ୧୮% ଜିଏସ୍‌ଟି ଲାଗୁଥିଲା।

GST

GST

Advertisment

ଜିଏସ୍‌ଟି କାଉନସିଲର ୪୯ତମ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନେକ ଜିନିଷ ଉପରୁ ଜିଏସ୍‌ଟି ପରିମାଣକୁ ହ୍ରାସ କରାଯାଇଛି। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରି ତରଳ ରିଫାଇନ ଗୁଡ଼, ପେନସିଲ କଟର ଓ ଅନେକ ପ୍ରକାରର ଟ୍ରାକିଂ ଯନ୍ତ୍ରାଂଶ ଉପରୁ ଜିଏସ୍‌ଟି ପରିମାଣକୁ ହ୍ରାସ କରାଯାଇଥିବା ସୂଚନା ଦେଇଛନ୍ତି।

Advertisment

ଏଥିସହ ସେ କହିଛନ୍ତି ଯେ ଗ୍ରୁପ ଅଫ ମିନିଷ୍ଟର୍ସ ପାନ ମସଲା ଓ ଗୁଟଖା ଶିଳ୍ପଗୁଡ଼ିକ ଫାଙ୍କିଥିବା ଟିକସ ଉପରେ ତର୍ଜମା କରୁଛନ୍ତି। ସେହିପରି ଗ୍ରୁପ ଅଫ ମିନିଷ୍ଟର୍ସ ପକ୍ଷରୁ ଟ୍ରିବ୍ୟୁନାଲ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସାମାନ୍ୟ ପରିବର୍ତ୍ତନ କରି ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ତାଙ୍କ ଘୋଷଣା ଅନୁସାରେ ବିଭିନ୍ନ ପ୍ରକାରର ଟ୍ୟାଗ୍ସ, ଟ୍ରାକିଂ ଯନ୍ତ୍ରାଂଶ କିମ୍ବା ଡାଟା ଲଗର୍ସ ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ। ପୂର୍ବରୁ ଏହି ସବୁ ଜିନିଷ ଉପରେ ୧୮% ଜିଏସ୍‌ଟି ଲାଗୁ ଥିଲା।

Advertisment

କୋଇଲା ୱାଶରୀ ପକ୍ଷରୁ ସପ୍ଲାଏ ହେଉଥିବା କିମ୍ବା ଆସୁଥିବା କୋଇଲା ରିଜେକ୍ଟସ ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ।

କୋର୍ଟ ଓ ଟ୍ରିବ୍ୟୁନାଲ ପକ୍ଷରୁ ସପ୍ଲାଏ ହେଉଥିବା ସେବାଗୁଡ଼ିକ ଉପରେ ରିଭର୍ସ ଚାର୍ଜ ମେକାନିଜିମ ଅଧୀନରେ ଟିକସ ଲାଗୁ ହେବ।

ପେନସିଲ କଟର ଉପରେ ଲାଗୁଥିବା ୧୮% ଜିଏସଟକୁ ୧୨% କରାଯାଇଛି।

ତରଳ ଗୁଡ଼(ଲିକ୍ୟୁଇଡ ଜାଗେରୀ) ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ। ପୂର୍ବରୁ ଏହା ଉପରେ ୧୮% ଜିଏସ୍‌ଟି ଲାଗୁଥିଲା।

ପ୍ୟାକେଜଡ ଓ ଲେଭଲ ଲାଗିଥିବା ତରଳ ଗୁଡ଼ ଉପରେ ଲାଗୁଥିବା ୧୮% ଜିଏସ୍‌ଟକୁ ୫%କୁ ହ୍ରାସ କରାଯାଇଛି।

GST Nirmala Sitharaman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe