Advertisment

ରେକର୍ଡ କଲା ଜିଏସ୍‌ଟି: ସଂଗ୍ରହ ହେଲା ୧.୮୭ ଲକ୍ଷ କୋଟି

ଏପ୍ରିଲ ମାସରେ ମୋଟରେ ୧,୮୭,୦୩୫ କୋଟି ଟଙ୍କା ଜିଏସଟି ବାବଦରୁ ମିଳିଛି।

GST

GST

Advertisment

ଜିଏସ୍‌ଟି ରାଜସ୍ୱ ସଂଗ୍ରହରେ ନୂଆ ରେକର୍ଡ ହୋଇଛି। ଏପ୍ରିଲ ମାସରେ ଜିଏସ୍‌ଟି ସଂଗ୍ରହ ୧୨% ବୃଦ୍ଧି ପାଇଛି। ମାସକରେ ୧.୮୭ ଲକ୍ଷ କୋଟି ଟଙ୍କା ଭାରତ ସରକାରଙ୍କ ଖାତାକୁ ଆସିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ପ୍ରଥମଥର ପାଇଁ ଏତେ ପରିମାଣର ଜିଏସ୍‌ଟି ସଂଗ୍ରହ ହୋଇଛି।

Advertisment

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପ୍ରିଲ ମାସରେ ମୋଟରେ ୧,୮୭,୦୩୫ କୋଟି ଟଙ୍କା ଜିଏସଟି ବାବଦରୁ ମିଳିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣର ୩୮,୪୪୦ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୪୭,୪୧୨ କୋଟି ରହିଛି। ସେହିପରି ଆଇଜିଏସ୍‌ଟି ବାବଦରେ ୮୯,୧୫୮ କୋଟି ଓ ସେସ ବାବଦରେ ୧୨,୦୨୫ କୋଟି ଟଙ୍କା ମିଳିଛି।

ମନ୍ତ୍ରଣାଳୟ କହିଛି ଯେ ଘରୋଇ ନେଣଦେଣ(ଆମଦାଦୀ ସେବାକୁ ମିଶାଇ) ବାବଦରେ ମିଳିଥିବା ରାଜସ୍ୱ ଗତବର୍ଷ ଏପ୍ରିଲ ମାସ ତୁଳନାରେ ୧୬% ଅଧିକ। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧୮.୧୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ମିଳିଛି। ଏହା ଗତ ଆର୍ଥିକ ବର୍ଷ ତୁଳନାରେ ୨୨% ଅଧିକ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତବର୍ଷ ଏପ୍ରିଲ ମାସରେ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ଏହା ଏଯାଏ ସବୁଠାରୁ ଅଧିକ ଜିଏସ୍‌ଟି ସଂଗ୍ରହର ରେକର୍ଡ କରିଥିଲା। ହେଲେ ୨୦୨୩ ମସିହା ଏପ୍ରିଲରେ ସଂଗ୍ରହ ହୋଇଥିବା ଜିଏସଟି ପରିମାଣ ଏହାକୁ ଅତିକ୍ରମ କରି ଯାଇଛି। ସେହିପରି ୨୦୨୩ ମାର୍ଚ୍ଚ ମାସରେ ମୋଟ ୧.୬୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା।

GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe