Advertisment

ମହଙ୍ଗା ହେବ କୋଲ୍ଡ ଡ୍ରିଂକ୍ସ, ସିଗାରେଟ ଓ ତମାଖୁ; ୩୫% ଲାଗିବ GST

୧୪୮ଟି ଆଇଟମ୍ ଉପରେ ଟିକସ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି GoM।

ଅଦ୍ୟତନ ହୋଇଛି
GST

GST

Advertisment

କେଲ୍ଡ ଡ୍ରିଂକ୍ସ ବା ମୃଦୁ ପାନୀୟ, ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ଉପରେ ବୃଦ୍ଧି ପାଇବ GST। ଏସବୁ ସାମଗ୍ରୀ ଉପରେ GST ୩୫%କୁ  ବୃଦ୍ଧି କରିବାକୁ GST ହାର ନିର୍ଦ୍ଧାରଣ କମିଟି ଆଲୋଚନା କରିଛି। ବର୍ତ୍ତମାନ ୨୮% GST ଆଦାୟ କରାଯାଉ ଥିବାବେଳେ ରାଜସ୍ୱ ଆଦାୟ ବଢାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି।

Advertisment

ତେବେ ୩୫% GST ଆଦାୟ ପାଇଁ ସେପରି କୌଣସି ନିୟମ ନାହିଁ। ସାମଗ୍ରୀ ଉପରେ ୫%, ୧୨%, ୧୮% ଏବଂ ୨୮% ଲାଗୁ କରାଯାଏ।କିନ୍ତୁ ଆଗକୁ ମୃଦୁ ପାନୀୟ, ସିଗାରେଟ ଏବଂ ତମାଖୁ ଭଳି ସାମଗ୍ରୀ ଉପରେ GST ହାର ବୃଦ୍ଧି କରି ୨୮% ପରିବର୍ତ୍ତେ ୩୫% କରାଇବାକୁ GST ହାର ନିର୍ଦ୍ଧାରଣ କମିଟି ଆଲୋଚନା କରୁଛି। 

ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ GST ହାର ନିର୍ଦ୍ଧାରଣ କମିଟିର ମନ୍ତ୍ରୀମାନଙ୍କ ଗୋଷ୍ଠୀ (ଗ୍ରୁପ୍ ଅଫ୍ ମିନିଷ୍ଟର୍ସ, GoM)ଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଲୋଚନା ହୋଇଛି। ଏସବୁ ସାମଗ୍ରୀ ଉପରେ GST ହାର ବୃଦ୍ଧି ସହିତ ପୋଷାକ ଏବଂ ଅନ୍ୟାନ୍ୟ ଜିନିଷର ମଧ୍ୟ GST ବୃଦ୍ଧି କରିବାକୁ ଆଲୋଚନା ହୋଇଛି। ଏହି ନିଷ୍ପତ୍ତି ଅନୁସାରେ ରେଡିମେଡ ଡ୍ରେସ୍ ଉପରେ ମଧ୍ୟ GST ବୃଦ୍ଧି ପାଇବ। କେତେ ଟଙ୍କାର ପୋଷାକ ଉପରେ କେତେ ଦେବାକୁ ପଡ଼ିବ, ଜାଣନ୍ତୁ... 

Advertisment

ରେଡିମେଡ ଡ୍ରେସ୍:
୧,୫୦୦ ଟଙ୍କା ଡ୍ରେସ୍ ଉପରେ ୫% ଟ୍ୟାକ୍ସ।
୧,୫୦୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ: ୧୮%।
୧୦,୦୦୦ ରୁ ଅଧିକ: ୨୮%।

ବୈଠକରେ ମୋଟ ୧୪୮ଟି ଆଇଟମ୍ ଉପରେ ଟିକସ ପରିବର୍ତ୍ତନ ପାଇଁ GoM ପ୍ରସ୍ତାବ ଦେଇଛି। ଏହି ସଂଶୋଧନ ରାଜସ୍ୱ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି GoM ଆଶା ପୋଷଣ କରିଛି। 

ଆସନ୍ତା ଡିସେମ୍ବର ୨୧ରେ GoMଙ୍କ ରିପୋର୍ଟ ଜିଏସଟି ପରିଷଦରେ ଉପସ୍ଥାପିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଷଦ ଏବଂ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସମେତ ପ୍ରସ୍ତାବିତ ପରିବର୍ତ୍ତନଗୁଡିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ନୂଆ ଟିକସ ଲାଗୁ ହେବ। 

GST GST Hike Cigarettes Tobacco Aerated Drinks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe