Advertisment

କ୍ୟାନସର ମେଡିସନରୁ GST ହ୍ରାସ, ସ୍ୱାସ୍ଥ୍ୟ ବୀମା ପାଇଁ ଗଠନ ହେଲା ଜିଏମଓ

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୪ତମ ଜିଏସଟି ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

GST

GST

Advertisment

କ୍ୟାନସରର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ମେଡିସନ ଉପରେ ଜିଏସ୍‌ଟି ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ବିଭିନ୍ନ ପ୍ରକାରର କ୍ୟାନସର ଔଷଧ ଉପରେ ୧୨% ଜିଏସଟି ଲାଗୁ ହେଉଥିଲା। କିନ୍ତୁ ଏବେ ସେଗୁଡ଼ିକ ଉପରେ ୫% ଜିଏସଟି ଲାଗିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

Advertisment

ଆଜି ତାଙ୍କ ଅଧ୍ୟକ୍ଷତାରେ ୫୪ତମ ଜିଏସଟି ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି।

କ୍ୟାନସର ଔଷଧ ବ୍ୟତୀତ ନମକୀନ ଓ ସ୍ପାଇସୀ ଖାଦ୍ୟ ସାମଗ୍ରୀ ଉପରୁ ମଧ୍ୟ ଜିଏସଟି ହ୍ରାସ କରାଯାଇଛି। ମିଠା ଜାତୀୟ ଖାଦ୍ୟକୁ ଛାଡ଼ି ବାକି ସାମଗ୍ରୀ ଉପରେ ଲାଗୁ ହେଉଥିବା ୧୮% ଜିଏସଟିକୁ ୧୨%କୁ ହ୍ରାସ କରାଯାଇଛି। ତେବେ ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରେ ଲାଗୁ ହେଉଥିବା ୧୮% ଜିଏସ୍‌ଟିକୁ ହ୍ରାସ କରିବା ପାଇଁ ହେଉଥିବା ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

Advertisment

ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଗୋଟିଏ ଗ୍ରୁପ ଅଫ ମିନିଷ୍ଟର୍ସ ବା ଜିଏମଓ ଗଠନ କରାଯାଇଛି। ଜିଏମଓ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି କେତେ ହ୍ରାସ କରାଯିବା ଉଚିତ, ତା’ର ନିଷ୍ପତ୍ତି ନେବ। ଏହି କମିଟି ଅକ୍ଟୋବର ଶେଷ ସୁଦ୍ଧା ତା’ର ରିପୋର୍ଟ ଦାଖଲ କରିବ। ଏହାବାଦ ବର୍ତ୍ତମାନ ରେଟ ନିର୍ଦ୍ଧାରଣ କରୁଥିବା ଆଉ ଏକ ଗ୍ରୁପ ଅଫ ମିନିଷ୍ଟର୍ସ ମଧ୍ୟ ସେମାନଙ୍କ ରିପୋର୍ଟ ସେପ୍ଟେମ୍ବର ୨୩ ସୁଦ୍ଧା ଦେବେ ବୋଲି ଜଣାପଡ଼ିଛି।

୨ଟି ଯାକ ରିପୋର୍ଟ ମିଳିବା ପରେ ନଭେମ୍ବର ମାସରେ ବସିବାକୁ ଥିବା ଜିଏସଟି ପରିଷଦରେ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହ୍ରାସ କରାଯିବ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଏହାବାଦ କ୍ଷତିପୂରଣ ସେସ ଉପରେ ବିଚାର କରିବାକୁ ମଧ୍ୟ ଜିଏମଓ ଗଠନ ହୋଇଛି। ୨୦୨୬ ମାର୍ଚ୍ଚରୁ କ୍ଷତିପୂରଣ ସେସର ଅବଧି ଶେଷ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ମେଡିକାଲ ଓ ହେଲ୍ଥ ଇନସ୍ୟୁରାନ୍ସ ଉପରେ ନିଷ୍ପତ୍ତି ନେବାକୁ ଜିଏସ୍‌ଟି ପରିଷଦ ଗୋଟିଏ ନୂଆ ଜିଏମଓ ଗଠନ କରାଯିବ। ନଭେମ୍ବର ମାସରେ ସ୍ୱାସ୍ଥ୍ୟ ବୀମାର ଜିଏସ୍‌ଟି ହ୍ରାସ କରିବା ଉପରେ ଆଲୋଚନା କରିବା ପାଇଁ ବୈଠକ ବସିବ।

ସ୍ୱାସ୍ଥ୍ୟ ବୀମା ଉପରେ ଆଲୋଚନା କରିବା ପାଇଁ ଗଠନ ହେବାକୁ ଥିବା ଜିଏମଓର ନେତୃତ୍ୱ ବିହାରର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନେବେ। ଏଥିରେ କିଛି ନୂଆ ସଦସ୍ୟ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ସାମିଲ ହେବେ। ସେମାନେ ଏହା ଉପରେ ଆଲୋଚନା କରିବେ ଓ ଅକ୍ଟୋବର ଶେଷ ସୁଦ୍ଧା ରିପୋର୍ଟ ଦେବେ। 

ଏହାବାଦ କ୍ଷତିପୂରଣ ସେସ ଉପରେ ନିଷ୍ପତ୍ତି ନେବାକୁ ଆଉ ଗୋଟିଏ ଜିଏମଓ ଗଠନ ହୋଇଛି ବୋଲି ସେ କହିଛନ୍ତି। 

GST Gst On Food Items GST Council
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe