Advertisment

ବଦଳିବ GST ସ୍ଲାବ୍! ୫% ରେଟ୍‌କୁ ହଟାଇପାରନ୍ତି କାଉନ୍‌ସିଲ୍‌

ନୂଆଦିଲ୍ଲୀ: ବଦଳିପାରେ ଜିଏସ୍‌ଟି ସ୍ଲାବ। ୫% ରେଟ୍‌ ସ୍ଲାବ୍‌କୁ ହଟାଇପାରନ୍ତି କାଉନ୍‌ସିଲ୍‌। ଆସନ୍ତା ମାସରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏନ୍‌ଡିଟିଭିରେ ଦିଆଯାଇଥିବା ରିପୋର୍ଟର ସୂତ୍ରରୁ ପ୍ରକାଶ ଯେ ଏହା ସ୍ଥାନରେ କେତେକ ଉଚ୍ଚ ଉପଭୋକ୍ତା ଉତ୍ପାଦକୁ ୩ ପ୍ରତିଶତ ସ୍ଲାବରେ ଏବଂ ଅବଶିଷ୍ଟାଂଶକୁ ଆଠ ପ୍ରତିଶତ ସ୍ଲାବରେ ରଖାଯାଇପାରେ। ଅଧିକାଂଶ ରାଜ୍ୟ ରାଜସ୍ୱ ବୃଦ୍ଧିକୁ ନେଇ ସର୍ବସମ୍ମତ, ଯାହାଦ୍ୱାରା ସେମାନଙ୍କୁ କ୍ଷତିପୂରଣ ପାଇଁ କେନ୍ଦ୍ର […]

ଅଦ୍ୟତନ ହୋଇଛି
ବଦଳିବ GST ସ୍ଲାବ୍! ୫% ରେଟ୍‌କୁ ହଟାଇପାରନ୍ତି କାଉନ୍‌ସିଲ୍‌

GST

Advertisment

ନୂଆଦିଲ୍ଲୀ: ବଦଳିପାରେ ଜିଏସ୍‌ଟି ସ୍ଲାବ। ୫% ରେଟ୍‌ ସ୍ଲାବ୍‌କୁ ହଟାଇପାରନ୍ତି କାଉନ୍‌ସିଲ୍‌। ଆସନ୍ତା ମାସରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ଏନ୍‌ଡିଟିଭିରେ ଦିଆଯାଇଥିବା ରିପୋର୍ଟର ସୂତ୍ରରୁ ପ୍ରକାଶ ଯେ ଏହା ସ୍ଥାନରେ କେତେକ ଉଚ୍ଚ ଉପଭୋକ୍ତା ଉତ୍ପାଦକୁ ୩ ପ୍ରତିଶତ ସ୍ଲାବରେ ଏବଂ ଅବଶିଷ୍ଟାଂଶକୁ ଆଠ ପ୍ରତିଶତ ସ୍ଲାବରେ ରଖାଯାଇପାରେ। ଅଧିକାଂଶ ରାଜ୍ୟ ରାଜସ୍ୱ ବୃଦ୍ଧିକୁ ନେଇ ସର୍ବସମ୍ମତ, ଯାହାଦ୍ୱାରା ସେମାନଙ୍କୁ କ୍ଷତିପୂରଣ ପାଇଁ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ବର୍ତ୍ତମାନ ଜିଏସ୍‌ଟିରେ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଚାରୋଟି ଟ୍ୟାକ୍ସ ସ୍ଲାବ ରହିଛି। ଏହାବ୍ୟତୀତ ସୁନା ଏବଂ ସୁନା ଅଳଙ୍କାର ଉପରେ ୩% ଟ୍ୟାକ୍ସ ଦେବାକୁ ପଡୁଛି। ଏହାବ୍ୟତୀତ କିଛି ବିନା ବ୍ରାଣ୍ଡ ଯୁକ୍ତ ଏବଂ ବିନା ପ୍ୟାକିଂ ଯୁକ୍ତ ଉତ୍ପାଦ ଅଛି, ଯାହା ଉପରେ ଜିଏସ୍‌ଟି ଲାଗୁ ହେଉ ନାହିଁ।

Advertisment

ସୂତ୍ର ଅନୁଯାୟୀ ରାଜସ୍ୱ ବୃଦ୍ଧି ପାଇଁ ପରିଷଦ କିଛି ଅଣ-ଖାଦ୍ୟ ସାଗ୍ରୀକୁ ତିନି ପ୍ରତିଶତ ସ୍ଲାବରେ ଅନ୍ତର୍ଭୁକ୍ତ କରି ଟ୍ୟାକ୍ସ ଛାଡ ଥିବା ସାମଗ୍ରୀ ତାଲିକାକୁ କାଣ୍ଟଛାଣ୍ଟ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

ସୂତ୍ରରୁ ପ୍ରକାଶ ଯେ ପାଞ୍ଚ ପ୍ରତିଶତ ସ୍ଲାବକୁ ୭ କିମ୍ବା ୮ ଅବା ୯ ପ୍ରତିଶତକୁ ବୃଦ୍ଧି କରିବାକୁ ଆଲୋଚନା ଚାଲିଛି। ଜିଏସ୍ଟି ପରିଷଦ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଜିଏସ୍ଟି ପରିଷଦରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ଅଛନ୍ତି। ଆସନ୍ତା ମେ' ମାସର ମଧ୍ୟ ଭାଗ ଆଡକୁ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ ବସିବା ସମ୍ଭାବନା ରହିଛି।

ହିସାବ ଅନୁଯାୟୀ, ୫%  ସ୍ଲାବରେ ପ୍ରତ୍ୟେକ ଏକ ପ୍ରତିଶତ ବୃଦ୍ଧି ରୂପେ (ଯେଉଁଥିରେ ମୁଖ୍ୟତ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ ସାମିଲ ଅଛି) ବାର୍ଷିକ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ। ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଥିବାବେଳେ ଅଧିକାଂଶ ସାମଗ୍ରୀ ପାଇଁ ପରିଷଦ ୮% ଜିଏସ୍ଟି ଉପରେ ସହମତ ହେବ ବୋଲି ଆଶା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe