/odisha-reporter/media/post_attachments/uploadimage/library/16_9/16_9_0/Gold_1679668932.jpg)
Gold
ସୁନା କିଣିବା ବେଳେ ଆଉ ମାନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେନି ଗ୍ରାହକ। ରାଜ୍ୟର ସବୁ ଗହଣା ଦୋକାନରେ ବିକ୍ରି ହେବ ହଲମାର୍କ ଯୁକ୍ତ ସୁନା ଗହଣା। ଏପ୍ରିଲ ପହିଲାରୁ ସାରା ରାଜ୍ୟରେ ବାଧ୍ୟତାମୂଳକ ହେବାକୁ ଯାଉଛି ହଲମାର୍କିଂ ସୁନା ଗହଣା ବିକ୍ରି। ଫଳରେ ଏଣିକି କୌଣସି ଗହଣା ଦୋକାନରୁ କେହି ସୁନା କିଣିବା ବେଳେ ଶୁଦ୍ଧତା ନେଇ ଆଉ ଠକାମୀରେ ପଡ଼ିବାର ଆଶଙ୍କା ନାହିଁ।
ପୂର୍ବରୁ ରାଜ୍ୟର ୯ଟି ଜିଲ୍ଲାରେ ହଲମାର୍କ ଗହଣା ବିକ୍ରିକୁ ବାଧ୍ୟତାମୂଳକ କରାଯାଇଥିଲା। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗ୍ରାହକ। ସେପଟେ ସୁନା ହଲମାର୍କିଂ ନେଇ ସରକାରଙ୍କ ନୂଆ ନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଗହଣା ବ୍ୟବସାୟୀଙ୍କୁ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛି ଭାରତୀୟ ମାନକ ବ୍ୟୁରୋ BIS।
ତେବେ ନଜର ପକାନ୍ତୁ କ’ଣ ଏହି ନୂଆ ହଲ୍ମମାର୍କିଂ ବ୍ୟବସ୍ଥା? ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ। ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID। HUIDରେ ୬ଟି ନମ୍ବର ବିଶିଷ୍ଟ କୋଡ୍ ରହିବ। ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ।
ସୁନାର ସୁଦ୍ଧତାକୁ ନେଇ ଗ୍ରାହକ ନିଶ୍ଚିତ ହେବାକୁ ଯାଉଥିବା ବେଳେ ଗତ କିଛି ଦିନ ଧରି ସୁନାର ଆକାଶଛୁଆଁ ଦର ନିମ୍ନ ମଧ୍ୟମ ବର୍ଗଙ୍କୁ ଚିନ୍ତାରେ ପକାଇଛି। କାରଣ ୨୨ କ୍ୟାରେଟ୍ ସୁନା ଦର ଆଜିକୁ ୧୫ ଦିନ ଧରି ପ୍ରାୟ ୫୫ ହଜାର ଟଙ୍କା ରହିଛି। ଆମେରିକା ଓ ୟୁରୋପରେ ବ୍ୟାଙ୍କିଙ୍ଗ ସଙ୍କଟ ଯୋଗୁ ସୁନାରେ ନିବେଶ ବଢୁଥିବାରୁ ଭାରତରେ ସୁନା ଦରରେ ନିଆଁ ଲାଗିଛି। ଏମିତିକି ଆଗକୁ ସୁନାର ୧୦ ଗ୍ରାମ ମୂଲ୍ୟ ୭୦ ହଜାର ଡେଇଁବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
