Advertisment

ହିରୋ ସହିତ ମିଶିଲା ହାର୍ଲେ ଡେଭିଡସନ

ମୁମ୍ୱାଇ: ଆମେରିକାନ୍ ଅଟୋମୋବାଇଲ୍ କମ୍ପାନୀ ହାର୍ଲେ ଡାଭିଡସନ ଗତ ମାସରେ ଭାରତୀୟ ବଜାରରେ ବ୍ୟବସାୟ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଏବେ ହାର୍ଲେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏବେ ସେ ଭାରତର ଅନ୍ୟତମ ଅଗ୍ରଣୀ ଅଟୋମାବାଇଲ କମ୍ପାନୀ ହିରୋ ମୋଟୋ କୋର୍ପ ସହିତ ମିଶି ବ୍ୟବସାୟ କରିବ ବୋଲି ଜଣାପଡ଼ିଛି। ଉଭୟ ଅଟୋମୋବାଇଲ କମ୍ପାନୀର ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ରହିଛି। ଏଭଳି ସ୍ଥିତିରେ ଉଭୟ ସହଭାଗିତାରେ ବ୍ୟବସାୟ କରିବା ଗ୍ରାହକଙ୍କୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ହିରୋ ସହିତ ମିଶିଲା ହାର୍ଲେ ଡେଭିଡସନ

Harley_hero

ମୁମ୍ୱାଇ: ଆମେରିକାନ୍ ଅଟୋମୋବାଇଲ୍ କମ୍ପାନୀ ହାର୍ଲେ ଡାଭିଡସନ ଗତ ମାସରେ ଭାରତୀୟ ବଜାରରେ ବ୍ୟବସାୟ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଏବେ ହାର୍ଲେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏବେ ସେ ଭାରତର ଅନ୍ୟତମ ଅଗ୍ରଣୀ ଅଟୋମାବାଇଲ କମ୍ପାନୀ ହିରୋ ମୋଟୋ କୋର୍ପ ସହିତ ମିଶି ବ୍ୟବସାୟ କରିବ ବୋଲି ଜଣାପଡ଼ିଛି। ଉଭୟ ଅଟୋମୋବାଇଲ କମ୍ପାନୀର ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ରହିଛି। ଏଭଳି ସ୍ଥିତିରେ ଉଭୟ ସହଭାଗିତାରେ ବ୍ୟବସାୟ କରିବା ଗ୍ରାହକଙ୍କୁ ପାଇଁ ନୂଆ ଅଭିଜ୍ଞତା ଦେବ ବୋଲି ଜଣାପଡ଼ିଛି।

Advertisment

ହାର୍ଲେ ଏବଂ ହିରୋ କେବଳ ପ୍ରିମିଅମ୍ ବାଇକ୍ ମିଶି ତିଆରି କରିବେ ବୋଲି ଜଣାପଡ଼ିଛି। ଭାରତରେ ଏହି ଦୁଇ କମ୍ପାନୀ ମିଶିବା ପରେ ଏଚ-ଡି ନାମରେ ପରିଚୟ ପାଇବେ। ମୁଖ୍ୟତଃ ଏଚ-ଡି ବ୍ରାଣ୍ଡରେ ପ୍ରମିଅମ୍ ବାଇକ୍ ବିକ୍ରି ହେବ। ଏବେ ହିରୋ ମୋଟୋକର୍ପରେ ୨୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ବାଇକ୍ ନାହିଁ। ହିରୋର ସର୍ବୋଚ୍ଚ କ୍ଷମତା ବାଇକ୍ କରିଜମା ଥିଲା ଯାହାକି ୨୨୩ ସିସି କ୍ଷମତା ବିଶିଷ୍ଟ। ହିରୋ ପ୍ରିମିଅମ୍ ବାଇକ ସହିତ ହାର୍ଲେ ଡାଭିଡସନର ସର୍ଭିସ୍ ଯୋଗାଇବ ବୋଲି ଜଣାପଡ଼ିଛି।

https://twitter.com/HeroMotoCorp/status/1321851879551168513

ହିରୋ ଏବେ ବିଏମଡବ୍ଲ୍ୟୁ ସହ ମିଶି ଫଣ୍ଡୁରୋ ୬୫୦ ସିସି ବାଇକ୍ ବିକଶିତ କରୁଥିଲା। ହେଲେ ବିକ୍ରି ଭଲ ନହେବାରୁ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଏହି ସେବା ବନ୍ଦ ହୋଇଯାଇଛି। ଏବେ ହାର୍ଲେ ସହିତ ମିଶି ୨୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ବାଇକ୍ ହିରୋ ତିଆରି କରିବ ବୋଲି ଜଣାପଡ଼ିଛି। ହିରୋ ପ୍ରଥମେ ହୋଣ୍ଡୋ କମ୍ପାନୀ ସହିତ ମିଶି ଭାରତରେ ବ୍ୟବସାୟ ଆରମ୍ଭ କରିଥିଲା। କାଳକ୍ରମେ ହୋଣ୍ଡା ଅଲଗା ହୋଇ ନିଜର ବାଇକ୍ ବଜାରକୁ ଛାଡ଼ୁଛି।

Advertisment