ୟେସ୍ ବ୍ୟାଙ୍କ୍ ହେବନି ‘ନୋ ବ୍ୟାଙ୍କ୍’, ଉଦ୍ଧାର କରିବେ ସହଯୋଗୀ

ନୂଆଦିଲ୍ଲୀ: ଦେବାଳିଆ ହୋଇଥିବା ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ। ଏ ନେଇ ସରକାରଙ୍କୁ ଆରବିଆଇ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଖୁବଶୀଘ୍ର ପୁନରୁଦ୍ଧାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୀତାରମଣ କହିଛନ୍ତି। ୩ ଦିନ ଭିତରେ ମୋରାଟୋରିଅମ ଅବଧି ଶେଷ କରି ଦିଆଯିବ ବୋଲି କହିଛନ୍ତି। ଏହାର ଅର୍ଥ ବିଜ୍ଞପ୍ତି ପ୍ରକାଶ ପାଇବାର ତିନି ଦିନ ମଧ୍ୟରେ ୟେସ୍ ବ୍ୟାଙ୍କ […]

yes-bank

yes-bank

Subhransu Sekhar
  • Published: Friday, 13 March 2020
  • Updated: 13 March 2020, 06:21 PM IST

ନୂଆଦିଲ୍ଲୀ: ଦେବାଳିଆ ହୋଇଥିବା ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ। ଏ ନେଇ ସରକାରଙ୍କୁ ଆରବିଆଇ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଖୁବଶୀଘ୍ର ପୁନରୁଦ୍ଧାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୀତାରମଣ କହିଛନ୍ତି। ୩ ଦିନ ଭିତରେ ମୋରାଟୋରିଅମ ଅବଧି ଶେଷ କରି ଦିଆଯିବ ବୋଲି କହିଛନ୍ତି। ଏହାର ଅର୍ଥ ବିଜ୍ଞପ୍ତି ପ୍ରକାଶ ପାଇବାର ତିନି ଦିନ ମଧ୍ୟରେ ୟେସ୍ ବ୍ୟାଙ୍କ ଉପରେ ଲଗାଯାଇଥିବା ସମସ୍ତ କଟକଣା ହଟାଇ ଦିଆଯିବ।

ସୀତାରମଣ ଆହୁରି କହିଛନ୍ତି, ପୁନରୁଦ୍ଧାର ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ନୂଆ ବୋର୍ଡ ଗଠନ ହେବ। ଏହି ବୋର୍ଡରେ ଏସବିଆଇର ଦୁଇ ଜଣ ନିର୍ଦ୍ଦେଶକ ସଦସ୍ୟ ଭାବରେ ରହିବେ। ବୋର୍ଡ ଗଠନ ହେବା ପରେ ଆରବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କୁ ଦାୟିତ୍ୱରୁ ମୁକ୍ତ କରାଯିବ। ଆରବିଆଇ ଓ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ସମସ୍ତ ଜମାକାରୀ ଏବଂ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି ବୋଲି ସେ କହିଛନ୍ତି।

ଷ୍ଟକ ମାର୍କେଟର ମାନ୍ଦାବସ୍ଥା ନେଇ ସୀତାରମଣ କହିଛନ୍ତି, ସରକାର ଏବାବଦରେ ଅବଗତ ଅଛନ୍ତି। ଆରବିଆଇ ସହିତ ମିଶି ସମସ୍ତ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ୟେସ୍ ବ୍ୟାଙ୍କରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (୪୯%) ପୁଞ୍ଜିନିବେଶ କରିବ। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏସବିଆଇ ୨୬ %ରୁ କମ୍ ନିବେଶ କରିପାରିବ ନାହିଁ। ଏହାବାଦ ଅନ୍ୟାନ୍ୟ ଘରୋଇ ସଂସ୍ଥା ମଧ୍ୟ ୟେସ୍ ବ୍ୟାଙ୍କରେ ନିବେଶ କରିବେ। ଯେଉଁ ଘରୋଇ ସଂସ୍ଥା ନିବେଶ କରିବେ ସେମାନେ ମଧ୍ୟ ୩ ବର୍ଷ ଯାଏ ନିବେଶ କରିବେ ବୋଲି ସର୍ତ୍ତ ରହିଛି। କିନ୍ତୁ ସେଥିମଧ୍ୟରୁ କେହି ଚାହିଁଲେ ୭୫ % ଯାଏ ପୁଞ୍ଜିନିବେଶ କରିପାରିବେ।

ଇକୋନମିକ୍ସ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଏସବିଆଇ ବ୍ୟତୀତ ଯେଉଁ ଘରୋଇ ସଂସ୍ଥା ୟେସ୍ ବ୍ୟାଙ୍କରେ ପୁଞ୍ଜି ନିବେଶ କରିବେ। ସେମାନଙ୍କ ମଧ୍ୟରେ ଆଇସିଆଇସିଆଇ, ଆକ୍ସିସ, ଏଚଡିଏଫସି ଓ କୋଟାକ ମହିନ୍ଦ୍ରା ଭଳି ଘରୋଇ ବ୍ୟାଙ୍କ ରହିଛି। ଆଇସିଆଇସିଆଇ ମଧ୍ୟ ଏବାବଦରେ ସ୍ପଷ୍ଟୀକରଣ ରଖିଛି। ୟେସ୍ ବ୍ୟାଙ୍କରେ ଆଇସିଆଇସିଆଇ ୧,୦୦୦ କୋଟି ନିବେଶ କରିବ। ଯଦି ଆଇସିଆଇସିଆଇ ଏହି ନିବେଶ କରିବ ତା’ହେଲେ ଶେୟାର ୫ %ରୁ ଅଧିକ ରହିବ। ସେହିପରି ଏଚଡିଏଫସି ମଧ୍ୟ ୬ % ଶେୟାର ନିବେଶ କରିବ ବୋଲି କହିଛି।

ଏହାବାଦ୍ ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ରାଧାକିଶନ ଦମାନୀ, ରାକେଶ ଝୁନଝୁଲଓ୍ୱାଲା ଏବଂ ଅଜୀମ ପ୍ରେମଜୀ ୩ % ଶେୟାର ହିସାବରେ ୫୦୦ କୋଟି ଲେଖାଏଁ ପ୍ରତ୍ୟେକ ନିବେଶ କରିବେ। ଏସବିଆଇକୁ ବାଦ୍ ଦେଇ ଏହି ସବୁ କର୍ପୋରେଟ୍ ହାଉସ ଓ ଶେୟାର ହୋଲ୍ଡର ମିଶି ମୋଟ୍ ୧୧,୫୦୦ କୋଟି ଟଙ୍କା ନିବେଶ କରିବେ ବୋଲି ଇକୋନମିକ୍ସ ଟାଇମ୍ସ ଉଲ୍ଲେଖ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos