Advertisment

ବନ୍ଦ ହେଲା ହାଇକ୍ ମେସେଞ୍ଜର

ହ୍ୱାଟସଆପ ନୋଟିଫିକେସନ, ଡାଟା ପ୍ରାଇଭେସି ନେଇ ସାରା ବିଶ୍ୱରେ ତର୍କ ବିତର୍କ ଚାଲିଥିବା ବେଳେ ଏବେ ଅନ୍ୟତମ ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହାଇକ୍’ ବନ୍ଦ ହୋଇଛି। ଭାରତରେ ତିଆରି ହୋଇଥିବା ଏହି ଆପ୍ ବନ୍ଦ ହେବା ବେଳକୁ ମୋଟ୍ ୟୁଜର ୧୦୦ ମିଲିଅନ୍ ଥିଲେ। ଏହି ଆପର ପ୍ରମୁଖ ଫିଚର ଥିଲା ଷ୍ଟ୍ରିକରିଂ ଓ ନୀତିବାଣୀ। https://twitter.com/kavinbm/status/1346680045251690496?s=20 ୨୦୧୨ରେ ଏହି ଆପ୍ ଲଞ୍ଚ ହୋଇଥିଲା। ଆରମ୍ଭରୁ ଏହି ଆପକୁ ଲୋକେ ଆଦୃତ କରିଥିଲେ ହେଲେ ହ୍ୱାଟସଆପର ଲୋକପ୍ରିୟତା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବନ୍ଦ ହେଲା ହାଇକ୍ ମେସେଞ୍ଜର

Hike

ହ୍ୱାଟସଆପ ନୋଟିଫିକେସନ, ଡାଟା ପ୍ରାଇଭେସି ନେଇ ସାରା ବିଶ୍ୱରେ ତର୍କ ବିତର୍କ ଚାଲିଥିବା ବେଳେ ଏବେ ଅନ୍ୟତମ ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହାଇକ୍’ ବନ୍ଦ ହୋଇଛି। ଭାରତରେ ତିଆରି ହୋଇଥିବା ଏହି ଆପ୍ ବନ୍ଦ ହେବା ବେଳକୁ ମୋଟ୍ ୟୁଜର ୧୦୦ ମିଲିଅନ୍ ଥିଲେ। ଏହି ଆପର ପ୍ରମୁଖ ଫିଚର ଥିଲା ଷ୍ଟ୍ରିକରିଂ ଓ ନୀତିବାଣୀ।

Advertisment

https://twitter.com/kavinbm/status/1346680045251690496?s=20

୨୦୧୨ରେ ଏହି ଆପ୍ ଲଞ୍ଚ ହୋଇଥିଲା। ଆରମ୍ଭରୁ ଏହି ଆପକୁ ଲୋକେ ଆଦୃତ କରିଥିଲେ ହେଲେ ହ୍ୱାଟସଆପର ଲୋକପ୍ରିୟତା ଆଗରେ ଏହି ଆପ କ୍ରମଶଃ ଦୁର୍ବଳ ହୋଇଯାଇଥିଲା। ଅଗଷ୍ଟ ୨୦୧୬ରେ ଏହି ଆପ୍ ୧୦୦ ମିଲିଅନ୍ ୟୁଜର ଛୁଇଁଥିଲା। ଭାରତରେ ଇଂରାଜୀ ସମେତ ମୋଟ୍ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ଥିଲା। ହେଲେ ଜାନୁଆରୀ ୬ରେ ଟ୍ୱିଟ୍ କରି ହାଇକର ସିଇଓ କଭିନ୍ ଭାରତୀ ମିତ୍ତଲ ଆପ୍ ବନ୍ଦ ନେଇ ସୂଚନା ଦେଇଥିଲେ। ଏବେ ଯେଉଁମାନଙ୍କର ହାଇକ୍ ଆପ୍ ରହିଛି ସେମାନେ ହ୍ୱାଟସଆପକୁ ତାଙ୍କ ଡାଟା ଶିଫ୍ଟ କରିପାରିବେ ବୋଲି କୋଭିନ୍ ସୂଚନା ଦେଇଛନ୍ତି।

୨୦୧୬ରେ ହାଇକ୍ ଆପର ୧୭୫ ମିଲିୟନ୍ ଡଲାରର ପୁଞ୍ଜି ନିବେଶ ହୋଇଥିଲା, କିନ୍ତୁ ହ୍ୱାଟସଆପ ଆଗରେ ଏହା ତିଷ୍ଠି ପାରିନଥିଲା। ଡିସେମ୍ବର ୨୦୧୯ ବେଳକୁ ହାଇକର ମାସିକ ୟୁଜର ୨ ମିଲିୟନ୍ ସକ୍ରିୟ ଥିଲେ ବୋଲି ଜଣାପଡ଼ିଛି।

Advertisment