Advertisment

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ

ହିଣ୍ଡାଲ୍ କୋ ଓଡ଼ିଶାରେ ଆଉ ୩୪ ହଜାର କୋଟି ପୁଞ୍ଜି ନିବେଶ କରିବାକୁ ଆଶାୟୀ ଥିବା ଜଣାଇଛି। ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିରେ ସାମିଲ୍ ହେବାକୁ ପ୍ରତିଶ୍ରୁତି ଦେଇଛି ଏହି କଂପାନୀ।

ଅଦ୍ୟତନ ହୋଇଛି
BJP

BJP

Advertisment

ଓଡ଼ିଶାରେ ଶିଳ୍ପାୟନ ପାଇଁ ଆଗ୍ରହ ଦେଖାଇଲା ଆଦିତ୍ୟ ବିର୍ଲା ଗ୍ରୁପ୍। ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍ କୋ। ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଜଣାଇଲେ ବିର୍ଲା ଗ୍ରୁପ ଅଧ୍ୟକ୍ଷ ଓ ହିଣ୍ଡାଲ୍‌କୋ ପରିଚାଳନା ନିର୍ଦ୍ଦେଶକ।

Advertisment

ହିଣ୍ଡାଲ୍ କୋ ଓଡ଼ିଶାରେ ଆଉ ୩୪ ହଜାର କୋଟି ପୁଞ୍ଜି ନିବେଶ କରିବାକୁ ଆଶାୟୀ ଥିବା ଜଣାଇଛି। ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିରେ ସାମିଲ୍ ହେବାକୁ ପ୍ରତିଶ୍ରୁତି ଦେଇଛି ଏହି କଂପାନୀ। ରାୟଗଡ଼ା, ସମ୍ବଲପୁର, ହୀରାକୁଦରେ ଏକାଧିକ ପ୍ଲାଣ୍ଟ ପାଇଁ ଆଲୋଚନା ହୋଇଛି। ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ ପ୍ରସ୍ତୁତି କ୍ରମେ ଆଜି ମୁମ୍ବାଇରେ ନିବେଶକଙ୍କ ସହ ରୋଡ୍ ସୋ କରିଛନ୍ତି ଓଡ଼ିଶା ସରକାର।

ଆସନ୍ତା ଜାନୁଆରୀରେ ହେବ ‘ଉତ୍କର୍ଷ ଓଡ଼ିଶା ମେକ୍‌-ଇନ୍‌ ଓଡ଼ିଶା’ କନକ୍ଲେଭ ୨୦୨୫। ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ନୂଆଦିଲ୍ଲୀ ପରେ ମୁମ୍ୱାଇରେ କରୁଛନ୍ତି ଇନଭେଷ୍ଟର୍ସ ମିଟ୍‌ ରୋଡ୍‌ ସୋ। ଓଡ଼ିଶାରେ ନିବେଶ ପାଇଁ ରିଲାଏନ୍ସ, ଟାଟା, JSW, ବେଦାନ୍ତ, ବିର୍ଲା ଗ୍ରୁପ୍, ପାର୍ଲେ ଆଗ୍ରୋ ପରି ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥାର ମୁଖିଆ ଓ ସେମାନଙ୍କ ପ୍ରତିନିଧିଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁମ୍ବାଇରେ ୨ ଦିନିଆ ଇନଭେଷ୍ଟର୍ସ ମିଟ୍‌ ରୋଡ୍‌ ସୋ ଅବସରରେ ବିସ୍ତୃତ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାବର୍ଷ ଓଡ଼ିଶାକୁ ୫ଲକ୍ଷ କୋଟିର ନିବେଶ ଆଣିବାର ଲକ୍ଷ୍ୟ ରହିଛି। ଏଥିପାଇଁ ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ହେବାକୁ ଯାଉଥିବା ‘ଉତ୍କର୍ଷ ଓଡ଼ିଶା ମେକ୍-ଇନ୍ ଓଡ଼ିଶା’ କନକ୍ଲେଭ ୨୦୨୫କୁ ଆସିବାକୁ ସବୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କୁ ଆମନ୍ତ୍ରଣ କରିଛୁ। ଯେହେତୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଭରପୁର ସମ୍ଭାବନା ରହିଛି ଓ ୮.୫ ପ୍ରତିଶତ ବିକାଶ ହାରରେ ରାଜ୍ୟ ଆଗକୁ ଯାଉଛି ତେଣୁ ନିବେଶମାନେ ଆଗ୍ରହ ଦେଖାଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପ୍ରାକୃତିକ ଖଣିଜ ପଦାର୍ଥ, କୋଷ୍ଟ ଲାଇନ୍ ଓ ବନ୍ଦର ଥିବାରୁ ଓଡ଼ିଶା ଆଗାମୀ ଦିନରେ ଇଣ୍ଡଷ୍ଟ୍ରି ହବ ହେବାକୁ ଯାଉଛି। ଆଇଟି, ଟେକ୍ସଟାଇଲସ୍, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe