pan-adhara-card
ନୂଆଦିଲ୍ଲୀ: ଆଧାର କାର୍ଡ ଏବଂ ପାନ୍ କାର୍ଡ ଏବେ ସମସ୍ତ କାମ ପାଇଁ ଅନିର୍ବାର୍ଯ୍ୟ। ତେଣୁ ଏହି ସବୁ ଜରୁରୀ କାର୍ଡରେ ଯଦି ନାମ ଭୁଲ୍ ରହିଛି ବା ଠିକଣା ଭୁଲ୍ ରହିଛି ତାହେଲେ ଏହାକୁ ପରିବର୍ତ୍ତନ କରାଇଦେବା ଦରକାର। କାରଣ ନାମ ବା ଠିକଣା ଭୁଲ୍ ଥିଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଧାର କାର୍ଡ ନମ୍ୱରରେ ୧୨ଟି ଅଙ୍କ ରହିଥିବା ବେଳେ ପାନ୍ କାର୍ଡରେ ୧୦ଟି ଅଙ୍କ ରହିଛି।
କେମିତି ଆଧାର କାର୍ଡ ଠିକ୍ କରିବେ?
ଆଧାର କେନ୍ଦ୍ର ଯାଇ ଆଧାର ସଂଶୋଧନ ଫର୍ମ ପୂରଣ କରନ୍ତୁ। ଫର୍ମରେ ସଠିକ୍ ସୂଚନା ଲେଖିବା ଦରକାର। ଫର୍ମରେ ନାମ ଏବଂ ସଠିକ୍ ବନାନ ସହିତ ଡକ୍ୟୁମେଣ୍ଟକୁ ସଂଲଗ୍ନ କରନ୍ତୁ। ନିଜ ତଥ୍ୟ ଅପଡେଟ୍ ପାଇଁ ୨୫ ରୁ ୩୦ ଟଙ୍କା ଦେବାକୁ ପଡିବ। ଏହି ଟଙ୍କା ସ୍ଥାନ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ। ଏହି ପ୍ରକ୍ରିୟାଗୁଡ଼ିକୁ ଅନୁସରଣ କରିବା ପରେ ନାମ ସଂଶୋଧିନ ହେବ।
କେମିତି ପାନ୍ କାର୍ଡରେ ନାମ ସଂଶୋଧନ ହେବ?
ନ୍ୟାଶନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ ୱେବସାଇଟ୍ ଯାଇ ପାନ୍ ସଂଶୋଧନ ଅପସନକୁ କ୍ଲିକ୍ କରିବାକୁ ହେବ। ଏହାପରେ ଶ୍ରେଣୀ ଚୟନ କରିବାକୁ ହେବ। ସଠିକ୍ ନାମ ଏବଂ ସଠିକ୍ ବନାନ ସହିତ ଡକ୍ୟୁମେଣ୍ଟ୍ ସଂଲଗ୍ନ କରିବାକୁ ହେବ। ଦାଖଲ ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଆବଶ୍ୟକ ଟଙ୍କା ଦେବାକୁ ହେବ। ଆବେଦନର ୪୫ ଦିନ ଭିତରେ ପାନ୍ କାର୍ଡ ମିଳିବ ବୋଲି ସୂଚନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/pan-adhara-card.jpg)