Advertisment

ଘନେଇଲା ଯୁଦ୍ଧ ଆଶଙ୍କା, ଅଶୋଧିତ ତୈଳ ଦରରେ ଲାଗିଲା ନିଆଁ

ଇରାନ-ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ୫% ବୃଦ୍ଧି ହୋଇଛି।

Petrol Disel

Petrol Disel

Advertisment

ମଧ୍ୟପ୍ରାଚ୍ୟ ଦେଶରେ ପୁଣି ଥରେ ସ୍ଥିତି ବେକାବୁ ହୋଇଛି। ଘନେଇବାରେ ଲାଗିଛି ଯୁଦ୍ଧ ଆଶଙ୍କା। ମଙ୍ଗଳବାର ଇସ୍ରାଏଲ ଉପରେ ୪୦୦ ମିସାଇଲ ମାଡ଼ କରିଛି ଇରାନ୍‌। ଏହି ଆକ୍ରମଣ ପରେ ପରେ ତୈଳ ବଜାରରେ ନିଆଁ ଲାଗିଛି। ବୃଦ୍ଧି ପାଇଛି ଅଶୋଧିତ ତୈଳ ଦର।

Advertisment

ଇରାନ-ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ୫% ବୃଦ୍ଧି ଘଟିଛି। WTI ଅଶୋଧିତ ତୈଳ ବ୍ୟାରେଲ ପିଛା ୭୧ ଡଲାରେ ପହଞ୍ଚିଛି। ସେହିପରି ପୂର୍ବରୁ ଗ୍ଲୋବାଲ ବେଞ୍ଚ ମାର୍କ ବ୍ରେଣ୍ଟ ବର୍ଗର ଅଶୋଧିତ ତେଲ ଦର ୨.୭% ହ୍ରାସ ହୋଇଥିବା ବେଳେ ଏହା ଏବେ ବ୍ୟାରେଲ ପିଛା ୭୫ ଡଲାର ଟପିଛି।

ଇରାନ୍‌ ହେଉଛି ମିଡିଲ ଇଷ୍ଟରେ ଅଶୋଧିତ ତୈଳ ଉତ୍ପାଦକର ପ୍ରମୁଖ ଦେଶ। ଏହା ବ୍ୟତୀତ ଏହା OPECର ଏକ ସଦସ୍ୟ ମଧ୍ୟ। ଯଦି ଇସ୍ରାଏଲ ବର୍ତ୍ତମାନ ଇରାନ ବିରୋଧରେ ପ୍ରତିଶୋଧ ନେଉଛି, ତେବେ ଅଶୋଧିତ ତୈଳ ମୂଲ୍ୟରେ ଆହୁରି ବୃଦ୍ଧି ହେବ ବେଳି ବିଶେଜ୍ଞମାନେ ଆଶଙ୍କା କରୁଛି।

Advertisment

କାରଣ ଏହି ଅଞ୍ଚଳରୁ ବିଶ୍ୱର ଏକ ତୃତୀୟାଂଶ ତେଲ ଯୋଗାଣ ହୋଇଥାଏ। ରିଥୋଲଜ ୱେଲଥ ମ୍ୟାନେଜମେଣ୍ଟର ମୁଖ୍ୟ ବଜାର ଷ୍ଟ୍ରାଟେଜିଷ୍ଟ କ୍ୟାଲି କକ୍ସ କହିଛନ୍ତି, ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ତୈଳ ବଜାରକୁ ପ୍ରଭାବିତ କରିବା ନେଇ ଢ଼େର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ତେଲ ଦର, ବଣ୍ଡ ମୂଲ୍ୟ, ସୁନା ଦାମରେ ବୃଦ୍ଧି ଓ ଷ୍ଟକ ମୂଲ୍ୟ କମିବ। ଯୁଦ୍ଧ ଯୋଗୁ ବଜାର ଉପରେ ପୂର୍ବରୁ ପ୍ରଭାବ ରହିଛି। ମାତ୍ର ବର୍ତ୍ତମାନର ଆକ୍ରମଣ ବଜାର ପାଇଁ ବେଶି ଚିନ୍ତା ବଢ଼ାଇଛି।

ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଉପରେ ନିର୍ଭର କରେ। ଯଦି ଅଶୋଧିତ ତୈଳ ଦର ବଢ଼େ, ତେବେ ଭବିଷ୍ୟତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇପାରେ।

Crude Oil Price Hike Israel-Iran War Petrol Diesel Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe