Advertisment

ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେତେ ହେବ ସର୍ବନିମ୍ନ ଦରମା

ସପ୍ତମ ବେତନ କମିଶନରେ ୨.୫୭ ଫିଟ୍‌ମେଣ୍ଟ ଫ୍ୟାକ୍ଟର ଲାଗୁ ହେବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମାସକୁ ୧୮ ହଜାର ଟଙ୍କା ହୋଇଥିଲା।

ଅଦ୍ୟତନ ହୋଇଛି
Money

Money

Advertisment

ଯଦି ଅତୀତର ଟ୍ରେଣ୍ଡକୁ ବିଚାରକୁ ନିଆଯାଏ, ତା’ହେଲେ କେନ୍ଦ୍ର ସରକାର ପ୍ରତି ୧୦ ବର୍ଷରେ ଥରେ ନୂଆ ବେତନ କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରନ୍ତି। ୨୦୧୬ ଜାନୁଆରୀ ୧ ତାରିଖରେ ସପ୍ତମ ବେତନ କମିଶନଙ୍କ ପ୍ରସ୍ତାବକୁ ଲାଗୁ କରାଯାଇଥିଲା। ସେଥିପାଇଁ କେନ୍ଦ୍ର ସରକାରଙ୍କର ଏକ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀ ଆଶାବାଦୀ ଅଛନ୍ତି ଯେ ମୋଦି ସରକାର ଠିକ୍ ସମୟରେ ଅଷ୍ଟମ ବେତନ କମିଶନ ବସାଇବେ ଓ ୨୦୨୬ ଜାନୁଆରୀ ୧ ସୁଦ୍ଧା କମିଶନର ସୁପାରିସକୁ କାର୍ଯ୍ୟକାରୀ କରିବେ। ତେବେ ଏବେ କେବଳ ଏପରି କଳ୍ପନା କରାଯାଉଛି। କାରଣ ସପ୍ତମ ବେତନ କମିଶନଙ୍କ ସୁପାରିସରେ କୌଣସିଠାରେ ଏହା ଉଲ୍ଲେଖ କରାଯାଇନାହିଁ ଯେ ଏହାର ଅବଧି ୧୦ ବର୍ଷ ରହିବ ଏବଂ ଏହା ୨୦୨୫ ଡିସେମ୍ବର ୩୧ ତାରିଖରେ ସମାପ୍ତ ହୋଇଯିବ।

Advertisment

ବିଭିନ୍ନ କର୍ମଚାରୀ ସଂଘ ତରଫରୁ ବର୍ଷେ ହେଲାଣି ଦାବି କରାଯାଉଥିବା ସତ୍ତ୍ୱେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ପରବର୍ତ୍ତୀ ବେତନ କମିଶନ ଗଠନ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରି ନାହାନ୍ତି। ନିକଟରେ ସଂସଦରେ ବଜେଟ୍ ଉପସ୍ଥାପନ ହେବା ପରେ ଏକ ଟେଲିଭିଜନ ସାକ୍ଷାତକାରରେ ଅର୍ଥ ସଚିବ ଟି.ଭି ସୋମନାଥନ କହିଥିଲେ ଯେ ଏହାକୁ କାର୍ଯ୍ୟକାରୀ କରିବାକୁ ଆହୁରି ବହୁତ ସମୟ ଅଛି।

ସପ୍ତମ ବେତନ କମିଶନଙ୍କ ପ୍ରସ୍ତାବ ଲାଗୁ ହେବା ପୂର୍ବରୁ କର୍ମଚାରୀ ସଂଘଗୁଡ଼ିକ ଫିଟ୍‌ମେଣ୍ଟ ଫ୍ୟାକ୍ଟରକୁ ୩.୬୮ ରଖିବାକୁ ଦାବି କରିଥିଲେ। କିନ୍ତୁ ସରକାର ଏହାକୁ ୨.୫୭ରେ ରଖିଥିଲେ। ଫିଟ୍‌ମେଣ୍ଟ ଫ୍ୟାକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା। କାରଣ ଏହାକୁ ଉପଯୋଗ କରି ନୂଆ ବର୍ଦ୍ଧିତ ଦରମା ଓ ପେନସନ ହିସାବ କରାଯାଏ।

Advertisment

ସପ୍ତମ ବେତନ କମିଶନରେ ୨.୫୭ ଫିଟ୍‌ମେଣ୍ଟ ଫ୍ୟାକ୍ଟର ଲାଗୁ ହେବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମାସକୁ ୧୮ ହଜାର ଟଙ୍କା ହୋଇଥିଲା। ଷଷ୍ଠ ପେ’ କମିଶନରେ ଏହା ମାତ୍ର ୭ ହଜାର ଟଙ୍କା ଥିଲା। ସେହିପରି ସର୍ବନିମ୍ନ ପେନସନର ପରିମାଣ ୩,୫୦୦ରୁ ୯ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। କର୍ମଚାରୀଙ୍କ ସର୍ବାଧିକ ଦରମା ୨ ଲକ୍ଷ ୫୦ ହଜାର ଟଙ୍କା ଓ ସର୍ବାଧିକ ପେନସନ ୧ ଲକ୍ଷ ୨୫ ହଜାର ଟଙ୍କା ସ୍ଥିର କରାଯାଇଥିଲା।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ କରାଯାଉଥିବା ଆକଳନ ଅନୁଯାୟୀ ପରବର୍ତ୍ତୀ ପେ’ କମିଶନରେ ସରକାର ୩.୬୮ ଫିଟ୍‌ମେଣ୍ଟ ଫ୍ୟାକ୍ଟରକୁ ଉପଯୋଗ କରି ଦରମା ଓ ପେନସନ ବଢ଼ାଇବେ। କିନ୍ତୁ ୩.୬୮ ଫିଟ୍‌ମେଣ୍ଟ ଫ୍ୟାକ୍ଟରର ଦାବି ସପ୍ତମ ବେତନ କମିଶନ ପାଇଁ କରାଯାଇଥିଲା। ଏହା ମଧ୍ୟରେ ଆଉ କିଛି ରିପୋର୍ଟ ଆସିଛି ଯେ ଅଷ୍ଟମ ବେତନ କମିଶନରେ ଫିଟ୍‌ମେଣ୍ଟ ଫ୍ୟାକ୍ଟର ୧.୯୨ ରହିବ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଥିବା ବେଳେ ଯଦି ଅଷ୍ଟମ ବେତନ କମିଶନରେ ୧.୯୨ ଫିଟମେଣ୍ଟ ଫ୍ୟାକ୍ଟରର ଉପଯୋଗ କରାଯାଏ, ତା’ହେଲେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୩୪,୫୬୦ ଟଙ୍କା ହେବ। ସେହିପରି ସର୍ବନିମ୍ନ ପେନସନ ୧୭,୨୮୦ ଟଙ୍କା ହୋଇପାରେ।

Pension 8th Pay Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe