pm-modi
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ଦେଶର ଅର୍ଥବ୍ୟବସ୍ଥା ଏଥିପାଇଁ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ବିଗତ ଦେଢ଼ ମାସ ହେବ କାରଖାନା, କମ୍ପାନୀ ଆଦି ବନ୍ଦ ରହିଛି। ଏଭଳି ସ୍ଥିତିରେ ଉଭୟ କର୍ମଚାରୀ ଓ କମ୍ପାନା ପାଇଁ ଅଡ଼ୁଆ ସ୍ଥିତି ଉପୁଜିଛି। ତେବେ ଲକଡାଉନ୍ ପାଇଁ ଅଧିକ ସମସ୍ୟାରେ ପଡ଼ିଛନ୍ତି ଚାକିରୀ ହରାଇଥିବା ବ୍ୟକ୍ତି। କିନ୍ତୁ ଏଥିପାଇଁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ସରକାରଙ୍କର ଏକ ଯୋଜନା ରହିଛି ଯେଉଁଠାରୁ ଆପଣ ଦୁଇ ବର୍ଷ ପର୍ଯ୍ୟନ୍ତ ଦରମା ପାଇ ପାରିବେ। ହେଲେ ଏହି ଦରମା କମ୍।
କେନ୍ଦ୍ର ସରକାରଙ୍କର ଅଟଳ ବୀମିତ କଲ୍ୟାଣ ଯୋଜନା ରହିଛି। ଏହି ଯୋଜନା ଜରିଆରେ ଯଦି ଆପଣ ହଠାତ୍ ଚାକିରୀ ହରାଇବେ ତା’ହେଲେ ଏହି ଯୋଜନା ଜରିଆରେ୨୪ ମାସ ପାଇଁ ଆର୍ଥିକ ସହାୟତା ପାଇପାରିବେ। ବେରୋଜଗାର ହେବା ପୂର୍ବରୁ ଗତ ତିନ ମାସ ଦରମାର ୨୫% ଦରମା ଆପଣ ପାଇପାରିବେ।
ତେବେ ଏଥିପାଇଁ ସରକାରଙ୍କର କିଛି ସର୍ତ୍ତ ରହିଛି। ସଂପୃକ୍ତ ବ୍ୟକ୍ତି ରାଜ୍ୟ ବୀମା ନିଗମ (ଇଏସଆଇସି) ସହିତ ଜଡ଼ିତ ଥିବେ। ଦୁଇ ବର୍ଷରୁ ଅଧିକ ସମୟ ଚାକିରି କରିଥିବେ। ଏହାସିହତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହିତ ସଂଯୋଗ ହୋଇଥିବ।
ଯଦି ଆପଣ ଏହି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି ତା’ହେଲେ ଆପଣ ଇଏସଆଇସି ଓ୍ୱେବସାଇଟ୍ ଯାଇ ଅଟଳ ବୀମିତ କଲ୍ୟାଣ ଯୋଜନାରେ ପଞ୍ଜିକରଣ କରିବାକୁ ପଡ଼ିବ। ଏହି ଯୋଜନା ବାବଦରେ ଜାଣିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ଯଦି କୌଣସି ଅନିୟମିତତା ପାଇଁ ସଂପୃକ୍ତ ବ୍ୟକ୍ତି କମ୍ପାନୀରୁ ଚାକିରୀ ହରାଇଥିବେ, ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଥିବ ତା’ହେଲେ ସଂପୃକ୍ତ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/pm-modi.jpg)