Advertisment

ନକଲି ବଜାରର ଆକାର ୨.୬ ଲକ୍ଷ କୋଟି ଟଙ୍କା, ସରକାର ସହୁଛନ୍ତି କ୍ଷତି

ନୂଆଦିଲ୍ଲୀ: ଅବୈଧ ଓ ନକଲି ଜିନିଷ କାରବାର ହେଉଥିବା ମାର୍କେଟର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ୫ଟି କ୍ଷେତ୍ରରେ ଅବୈଧ ଜିନିଷର କାରବାର ଅଧିକ ରହିଛି। ଘର ସାଜଞ୍ଜମ, ବ୍ୟକ୍ତିଗତ ଜିନିଷ, ପ୍ୟାକେଜଡ ଖାଦ୍ୟ, ବିଭିନ୍ନ ପ୍ରକାରର ତମ୍ବାଖୁ, ନିଶାଦ୍ରବ୍ୟ ଓ ମୋବାଇଲ ଫୋନ ଭଳି ୫ଟି କ୍ଷେତ୍ରରେ ନକଲି ଜିନିଷ ଅଧିକ ପ୍ରଚଳିତ ରହିଛି। ୨୦୧୯-୨୦ରେ ନକଲି ବଜାରର ପରିମାଣ ୨,୬୦,୦୯୪ କୋଟି ଟଙ୍କା ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାର […]

author-image
Hemant Lenka
ନକଲି ବଜାରର ଆକାର ୨.୬ ଲକ୍ଷ କୋଟି ଟଙ୍କା, ସରକାର ସହୁଛନ୍ତି କ୍ଷତି

illict

ନୂଆଦିଲ୍ଲୀ: ଅବୈଧ ଓ ନକଲି ଜିନିଷ କାରବାର ହେଉଥିବା ମାର୍କେଟର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ୫ଟି କ୍ଷେତ୍ରରେ ଅବୈଧ ଜିନିଷର କାରବାର ଅଧିକ ରହିଛି। ଘର ସାଜଞ୍ଜମ, ବ୍ୟକ୍ତିଗତ ଜିନିଷ, ପ୍ୟାକେଜଡ ଖାଦ୍ୟ, ବିଭିନ୍ନ ପ୍ରକାରର ତମ୍ବାଖୁ, ନିଶାଦ୍ରବ୍ୟ ଓ ମୋବାଇଲ ଫୋନ ଭଳି ୫ଟି କ୍ଷେତ୍ରରେ ନକଲି ଜିନିଷ ଅଧିକ ପ୍ରଚଳିତ ରହିଛି। ୨୦୧୯-୨୦ରେ ନକଲି ବଜାରର ପରିମାଣ ୨,୬୦,୦୯୪ କୋଟି ଟଙ୍କା ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାର ଅର୍ଥ ଏତେ ପରିମାଣ ନକଲି ଜନିଷ ଲୋକମାନେ କିଣିଥିଲେ।

Advertisment

ଏସବୁ କ୍ଷେତ୍ରରେ ନକଲି ଜିନିଷ ଯୋଗୁ ସରକାର ୨୦୧୯-୨୦ରେ ୫୮,୫୨୧ କୋଟି ଟଙ୍କାର ଟିକସ ହରାଇଛନ୍ତି। ଦୁଇ ପ୍ରମୁଖ ରେଗୁଲେଟଡ ଓ ଟିକସ ଶିଳ୍ପ ତମ୍ବାଖୁ ଓ ନିଶାଦ୍ରବ୍ୟରେ ସରକାର କେବଳ ୪୯% ଟିକସ ବାବଦ ଅର୍ଥ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ଏଫଆସିସିଆଇର କମିଟି ଏଗନେଷ୍ଟ ସ୍ମଗଲିଂ ଆଣ୍ଡ କାଉଣ୍ଟରଫିଟିଙ୍ଗ ଆକ୍ଟିଭିଟିଜ ଡେଷ୍ଟ୍ରୋଇଂ ଇକୋନୋମି ବା ସିଏଏସ୍‌ସିଏଡିଇ ପକ୍ଷରୁ କରାଯାଇଥିବା ସର୍ଭେ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି।

Advertisment

ଏହି ସର୍ଭେର ଟାଇଟଲ Illicit Markets: A Threat To Our National Interests ରହିଛି। ଏହାକୁ ଗୁରୁବାର ରିଲିଜ କରାଯାଇଥିଲା। ରିପୋର୍ଟ ଅନୁସାରେ ଅବୈଧ ପ୍ୟାକେଜଡ ଖାଦ୍ୟ ସାମଗ୍ରୀ ଶିଳ୍ପର ପରିମାଣର ୧,୪୨,୨୮୪ କୋଟି, ଘରୋଇ ସାମଗ୍ରୀ ଓ ବ୍ୟକ୍ତିଗତ ଦ୍ରବ୍ୟ ୫୫,୫୩୦ କୋଟି, ନିଶାଦ୍ରବ୍ୟ ୨୩,୪୬୬ କୋଟି, ତମ୍ବାଖୁ ୨୨,୯୩୦ କୋଟି ଓ ମୋବାଇଲ ଶିଳ୍ପର ପରିମାଣ ୧୫,୮୮୪ କୋଟି ରହିଛି। ଏତେ ପରିମାଣର ନକଲି ଜିନିଷ ଲୋକମାନେ କିଣି ଟିକସ ଫାଙ୍କିଛନ୍ତି।

ଆମେ ଯଦି ନକଲି ମାର୍କେଟର ପ୍ରତିଶତକୁ ବିଚାର କରିବା, ତା’ହେଲେ ୨୦୧୯ରେ ଘରୋଇ ସାମଗ୍ରୀ ଭାଗ ୩୪.୨୫% ରହିଛି। ଏହାପରେ ପ୍ୟାକେଜଡ ଖାଦ୍ୟ ସାମଗ୍ରୀର ଭାଗ ୨୫.୦୯%, ତମ୍ବାଖୁ ୨୦%, ନିଶାଦ୍ରବ୍ୟ ୧୯.୮୭% ଓ ମୋବାଇଲ ଫୋନର ଭାଗ ୭.୫୬% ରହିଛି।

ଏହି ୫ କ୍ଷେତ୍ରରେ ନକଲି ଦ୍ରବ୍ୟର କାରବାର ଯୋଗୁ କର୍ମଚାରୀ କ୍ଷତିର ପରିମାଣ ୧୫.୯୬ ଲକ୍ଷ। ଏହାର ପ୍ରଭାବ ମଧ୍ୟ ଅର୍ଥନୀତିରେ ଉପରେ ପଡ଼ୁଛି ଓ ଚାକିରି ସୁଯୋଗ ହ୍ରାସ ପାଉଛି।