Advertisment

ବଢ଼ିଲା ସୁନାର ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ସୁନା କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକଙ୍କୁ ଝଟ୍‌କା। ବଢ଼ିଲା ସୁନାର ଆମଦାନୀ ଶୁଳ୍କ। ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କକୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଲରେ ଏହି ଆମଦାନୀ ଶୁଳ୍କ ଏବେ ୭.୫% ରୁ ୧୨.୫% ​​କୁ ବୃଦ୍ଧି ପାଇଛି। ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ଘରୋଇ ବଜାରରେ ସୁନା ଦର ମଧ୍ୟ ବୃଦ୍ଧି ପାଇବ। ବିଶେଷଜ୍ଞ ମୁତାବକ ଦେଶରେ ୧୦ ଗ୍ରାମ ପ୍ରତି ସୁନା ଦର ୧୫୦୦ରୁ ୨୦୦୦ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବଢ଼ିଲା ସୁନାର ଆମଦାନୀ ଶୁଳ୍କ

gold price hike

ନୂଆଦିଲ୍ଲୀ: ସୁନା କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକଙ୍କୁ ଝଟ୍‌କା। ବଢ଼ିଲା ସୁନାର ଆମଦାନୀ ଶୁଳ୍କ। ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କକୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଲରେ ଏହି ଆମଦାନୀ ଶୁଳ୍କ ଏବେ ୭.୫% ରୁ ୧୨.୫% ​​କୁ ବୃଦ୍ଧି ପାଇଛି। ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ଘରୋଇ ବଜାରରେ ସୁନା ଦର ମଧ୍ୟ ବୃଦ୍ଧି ପାଇବ। ବିଶେଷଜ୍ଞ ମୁତାବକ ଦେଶରେ ୧୦ ଗ୍ରାମ ପ୍ରତି ସୁନା ଦର ୧୫୦୦ରୁ ୨୦୦୦ ଟଙ୍କା ଯାଏଁ ବଢ଼ିପାରେ। ଦେଶରେ ସୁନା ଚାହିଦା ହ୍ରାସ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି।

Advertisment

ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଉପଭୋକ୍ତା ଏବଂ ଦେଶର ସୁନା ଚାହିଦା କେବଳ ଆମଦାନୀ ଦ୍ୱାରା ପୂରଣ ହୁଏ। ଗତ ବର୍ଷ ସରକାର ବଜେଟରେ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ। ଏହା ପୂର୍ବରୁ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଥିଲା, ଯାହାକୁ ୨୦୨୧ ବଜେଟରେ ୭.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଏବେ ପୁଣି ଥରେ ଏହାକୁ ୧୨.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସୁନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହେବାର ପ୍ରଭାବ ଆଜି MCX ଉପରେ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି।  MCXରେ ସୁନା ପ୍ରାୟ 3% ବୃଦ୍ଧି ହୋଇ ୧୦ ଗ୍ରାମ ପ୍ରତି ୫୧,୯୦୦ ଟଙ୍କାରେ ପହଞ୍ଚିଛି।

ୱାର୍ଲ୍ଡ ଗୋଲ୍ଡ କାଉନ୍‌ସେଲିଂର ରିପୋର୍ଟ ଅନୁସାରେ ଗତ ବର୍ଷ ଭାରତରେ ସୁଦାର ଚାହିଦା ବେଶ୍‌ ଦ୍ରୁତ ଗତିରେ ବଢ଼ିଥିବା ଦେଖିବାକୁ ମିଳିଥିଲା। ମହାମାରୀ ସମୟରେ ଏହାର ଚାହିଦା ହ୍ରାସ ହୋଇଥିଲେ ମଧ୍ୟ ପରେ ଲୋକମାନେ ସୁନା କିଣିବା ବଢ଼ାଇ ଦେଇଥିଲେ। ସେହିଭଳି ସୁନାକୁ କେବଳ ଭାରତରେ ପୁଞ୍ଜି ବିନିଯୋଗ ଏବଂ ସଞ୍ଚୟର ମାଧ୍ୟମ ଭାବରେ ବିବେଚନା କରାଯାଏ ନାହିଁ, ବରଂ ଏହାର ପାରମ୍ପାରିକ ଗୁରୁତ୍ୱ ମଧ୍ୟ ରହିଛି। ଲୋକମାନେ ପର୍ବପର୍ବାଣିରେ ମଧ୍ୟ ସୁନା କିଣନ୍ତି। ଏହା ବ୍ୟତୀତ ବିବାହ ଋତୁରେ ବିଶେଷ କରି ଭାରତର ଗ୍ରାମାଞ୍ଚଳରେ ସୁନା ଚାହିଦା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯଦି ଆମେ ୨୦୨୧ ବର୍ଷର ଆକଳନକୁ ଦେଖିବା, ତେବେ ଭାରତର ସୁନା ଆମଦାନୀ ଏକ ଦଶନ୍ଧିର ଉଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା।

Advertisment

ୱାର୍ଲ୍ଡ ଗୋଲ୍ଡ କାଉନ୍‌ସେଲିଂର ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ଭାରତର ମୋଟ ସୁନା ଆମଦାନୀ ୧,୦୫୦ ଟନ୍ ଥିଲା। ଏହା ଉପରେ ଭାରତ ୫୫.୭ ବିଲିୟନ ଡ଼ଲାର ଅର୍ଥାତ୍ ୪,୧୪୧.୩୬ ବିଲିୟନ ଟଙ୍କା ଖର୍ଚ୍ଚ କରିଛି। ୨୦୨୦ରେ, କେବଳ ୨୩ ବିଲିୟନ ଡ଼ଲାର୍ ଅର୍ଥାତ୍ ୧,୭୧୦ ବିଲିୟନ ଟଙ୍କା ବିନିଯୋଗ କରି ୪୩୦ଟନ୍ ସୁନା ଆମଦାନୀ କରାଯାଇଥିଲା।

ଏହା ବ୍ୟତୀତ ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ଏଟିଏଫ) ରପ୍ତାନି ଉପରେ ମଧ୍ୟ  ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଏବଂ ଏଟିଏଫ ରପ୍ତାନି ଶୁଳ୍କ ଉପରେ ସରକାର ଲିଟର ପିଛା ୬ ଟଙ୍କା ବୃଦ୍ଧି କରିଛନ୍ତି। ସେହିଭଳି ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩  ଟଙ୍କା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସରକାର ଏକ ପୃଥକ ବିଜ୍ଞପ୍ତିରେ କହିଛନ୍ତି ଯେ ଘରୋଇ ଅଶୋଧିତ ତୈଳ ଉପରେ ଟନ୍ ପିଛା ୨୩,୨୩୦ ଟଙ୍କା ଅତିରିକ୍ତ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।