Advertisment

୭.୭୫ ଲକ୍ଷ ଆୟ କରୁଥିଲେ ବି ଦେବାକୁ ପଡ଼ିବନି ଟିକସ: ଜାଣନ୍ତୁ ପୂରା ପ୍ରକ୍ରିୟା

ଯଦି କୌଣସି ବ୍ୟକ୍ତିଙ୍କ ଆୟ ବାର୍ଷିକ ୭ ଲକ୍ଷ ୭୫ ହଜାର ଟଙ୍କା ଯାଏ ରହିଛି, ତା’ହେଲେ ତାଙ୍କୁ ନୂଆ ଟିକସ ବ୍ୟବସ୍ଥା ଅନୁସାରେ ୧ ଟଙ୍କା ମଧ୍ୟ ଟିକସ ଆକାରରେ ଦେବାକୁ ପଡ଼ିବ ନାହିଁ।

ଅଦ୍ୟତନ ହୋଇଛି
New tax regime

New tax regime

Advertisment

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ଷ୍ଟାଣ୍ଡାର୍ଡ ଡିଡକସନ ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଷ୍ଟାଣ୍ଡାର୍ଡ ଡିଡକସନକୁ ଏବେ ବାର୍ଷିକ ୫୦ ହଜାରରୁ ୭୫ ହଜାର କରି ଦିଆଯାଇଛି। ସେହିପରି ନୂଆ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଯାଏ ଆୟ ଉପରେ ଟିକସ ଛାଡ଼ର ବ୍ୟବସ୍ଥା ରହିଛି।

Advertisment

ଏହି କାରଣ ପାଇଁ ଯଦି କୌଣସି ବ୍ୟକ୍ତିଙ୍କ ଆୟ ବାର୍ଷିକ ୭ ଲକ୍ଷ ୭୫ ହଜାର ଟଙ୍କା ଯାଏ ରହିଛି, ତା’ହେଲେ ତାଙ୍କୁ ନୂଆ ଟିକସ ବ୍ୟବସ୍ଥା ଅନୁସାରେ ୧ ଟଙ୍କା ମଧ୍ୟ ଟିକସ ଆକାରରେ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଷ୍ଟାଣ୍ଡାର୍ଡ ଡିଡକସନ ୫୦ ହଜାର ଟଙ୍କା ଯାଏ ଥିବାରୁ ୭.୫୦ ଲକ୍ଷ ଯାଏ ଟିକସ ଦେବାକୁ ପଡ଼ୁ ନଥିଲା। ଏବେ ଏଥିରେ ଆଉ ୨୫ ହଜାର ଯୋଡ଼ି ହୋଇଯାଇଛି।

ତେବେ ଯଦି ଜଣେ ବ୍ୟକ୍ତିଙ୍କ ଦରମା ବା ଆୟ ୭.୭୫ ଲକ୍ଷରୁ ଟଙ୍କାଟିଏ ବି ଅଧିକ ହୁଏ, ତା’ହେଲେ ତାଙ୍କୁ ନୂଆ ଟିକସ ବ୍ୟବସ୍ଥା ଅନୁସାରେ ୧୦% ଟିକସ ଦେବାକୁ ପଡ଼ିବ। ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଯଦି କେହି ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏ ଆୟ କରୁଛନ୍ତି, ତା’ହେଲେ ତାଙ୍କୁ ୧୦% ଟିକସ ଦେବାକୁ ହେବ। 

Advertisment

ସେହିପରି ୧୦ରୁ ୧୨ ଲକ୍ଷ ଟଙ୍କା ଆୟ କରୁଥିଲେ ୧୫% ଟିକସ ଦେବାକୁ ପଡ଼ିବ। ୧୨ରୁ ୧୫ ଲକ୍ଷ ଯାଏ ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କୁ ୩୦% ଟିକସ ଦେବାକୁ ହେବ।

ସଂଶୋଧିତ ଟିକସ ସ୍ଲାବ

୦-୩ ଲକ୍ଷ ଯାଏ ଆୟ କରୁଥିଲେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ

୩ରୁ ୭ ଲକ୍ଷ ଯାଏ ଆୟ କରୁଥିଲେ ୫% ଟିକସ(ପୂର୍ବରୁ ଏହା ୩ରୁ ୬ ଲକ୍ଷ ଥିଲା)

୭ରୁ ୧୦ ଲକ୍ଷ ଆୟ କରୁଥିଲ ୧୦% ଟିକସ(ପୂର୍ବରୁ ଏହା ୬-୯ ଲକ୍ଷ ଥିଲା)

୧୦ରୁ ୧୨ ଲକ୍ଷ ଆୟ କରୁଥିଲେ ୧୫% ଟିକସ (ପୂର୍ବରୁ ଏହା ୯ରୁ ୧୨ ଲକ୍ଷ ଥିଲା)

୧୨ରୁ ୧୫ ଲକ୍ଷ ଆୟ କରୁଥିଲେ ୨୦% ଟିକସ (ଅପରିବର୍ତ୍ତିତ)

୧୫ରୁ ଅଧିକ ଆୟ କରୁଥିଲେ ୩୦% ଟିକସ (ଅପରିବର୍ତ୍ତିତ)

୭.୭୫ ଲକ୍ଷ ଆୟ ଥିଲେ ମଧ୍ୟ ଜଣେ ବ୍ୟକ୍ତି ନିଜର ଘର ଭଡ଼ା, ଏଲଆଇସି, ମ୍ୟୁଚୁଆଲ ଫଣ୍ଡ, ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦିକୁ ଦେଖାଇ ନୂଆ ଟିକସ ବ୍ୟବସ୍ଥା ମାଧ୍ୟମରେ ଆୟକର ସ୍ଲାବରୁ ମୁକ୍ତ ହୋଇପାରିବେ। ଏପରି ବ୍ୟବସ୍ଥା ନୂଆ ଟିକସ ସ୍ଲାବରେ ହୋଇଛି।

Income Tax Tax Budget 2024 Union Budget 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe