Advertisment

ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ

ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।

author-image
Debadatta Aryashrestha
GDP (Imaginary Image)

GDP (Imaginary Image)

ଅର୍ଥନୀତି କ୍ଷେତ୍ରରେ ଭାରତକୁ ଏକ ବଡ଼ ଝଟକା ଲାଗିଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସ (ଜୁଲାଇ-ସେପ୍ଟେମ୍ବର)ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇଛି। ଯାହାକି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଆର୍ଥିକ ଅଭିବୃଦ୍ଧିରେ ଏଭଳି ଅବନତୀ ଘଟିଛି।

Advertisment

ଗତବର୍ଷ ଏହି ସମାନ ତ୍ରୈମାସ (ଜୁଲାଇ-ସେପ୍ଟେମ୍ବର)ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୧ ପ୍ରତିଶତ ଥିଲା। ତେବେ ଘରୋଇ ଉତ୍ପାଦ (ଜିଡିପି)ର ସବୁଠାରୁ ନିମ୍ନସ୍ତର ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୪.୩% ରେକର୍ଡ କରାଯାଇଥିଲା। ସେତେବେଳେ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି ଅର୍ଥନୈତିକ କ୍ଷେତ୍ରରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ସ୍ଥାନ ବଜାୟ ରଖିଛି। କାରଣ ଏହି ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚୀନ୍‌ର ଜିଡିପି ଅଭିବୃଦ୍ଧି ହାର ୪.୬ ପ୍ରତିଶତ ରହିଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ କୃଷି କ୍ଷେତ୍ର ୩.୫ ପ୍ରତିଶତ ବୃଦ୍ଧି ପାଇଛି ଯାହା ପୂର୍ବ ବର୍ଷ ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ତେବେ ମାନୁଫାକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ବର୍ଷକ ପୂର୍ବରୁ ୧୪.୩ ପ୍ରତିଶତ ଥିଲା, ଯାହା ଏହି ତ୍ରୈମାସରେ ୨.୨ ପ୍ରତିଶତକୁ ଖସି ଆସିଛି।

Advertisment
GDP Indian Economy GDP Growth In India India GDP Growth Lowest In 2 Years